ଏକ ମୁଲାକାତ ଶୈଳେଶ କେ ସାଥ… କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ଟିଟିଲାଗଡ ଜେଏନ୍ଏସ୍, ନିର୍ବାଚନକୁ ନେଇ ଟିଟିଲାଗଡ ସହରରେ ରାଜନୀତିକ ଉଷ୍ଣତା ବୃଦ୍ଧି ପାଇଥିବାବେଳେ ସ୍ଥାନୀୟ ବିଜେପି ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସହରବାସୀଙ୍କୁ ଆକୃଷ୍ଟ କରିଛି। ସ୍ଥାନୀୟ ଡି.ଏନ୍  ରେସୋର୍ଟ ପରିସରରେ ସୋମବାର ସନ୍ଧ୍ୟାରେ “ଏକ ମୁଲାକାତ ଶୈଳେଶ କେ ସାଥ…” ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରଖ୍ୟାତ କବି,ଲେଖକ ତଥା ହାସ୍ୟ ଅଭିନେତା ଶୈଳେଶ ଲୋଧା ଯୋଗଦେଇ ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।ପଡୋଶୀ ରାଜ୍ୟ ଛତିଶଗଡର କେନ୍ଦ୍ରମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ, ବିଜେପି କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତୁଳସିରାମ ଅଗ୍ରୱାଲ, ମେୱାର ଯୁବରାଜ ଲକ୍ଷ୍ୟରାଜ ସିଂ, ଯୁବରାଜ ନିବୃତ୍ତି କୁମାରୀ, ସାଂସଦଙ୍କ କଣ୍ଟାବାଞ୍ଜି ପ୍ରତିନିଧି ରାଜେଶ ଅଗ୍ରୱାଲ, ଟିଟିଲାଗଡ ବିଧାୟକ ପ୍ରାର୍ଥୀ ନବୀନ ଜୈନ, ପୌର ଅଧ୍ୟକ୍ଷା ମମତାଦେବୀ ଜୈନ ପ୍ରମୁଖ ଯୋଗଦେଇ ମଞ୍ଚାସିନ ଥିଲେ । ସ୍ଥାନୀୟ କବିୟତ୍ରି ବବିତା ଜୈନ ମଞ୍ଚ ପରିଚାଳନା

କରିଥିଲେ। ହାସ୍ୟ କବି ଶୈଳେଶ ଦେଶ ପାଇଁ ପ୍ରଧାନ ମନ୍ତ୍ରୀ ମୋଦୀ ଆବଶ୍ୟକ ଥିବାବେଳେ ତାଙ୍କୁ ଦେଶସେବା କରିବାକୁ ଆଉଥରେ ସୁଯୋଗ ଦେବାକୁ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ। ବିଧାୟକ ପ୍ରାର୍ଥୀ ନବୀନ ଜୈନ ଏଇ ମାଟିରେ ତାଙ୍କ ଜନ୍ମ ଓ ଜୀବନ ଥିବାଯାଏ ଏଇ ମାଟିର ସେବା କରି ଶେଷରେ ଏଇ ମାଟିରେ ହିଁ ମିଶିବି । ତେଣୁ ମାଟି ମା’ର ସେବା ପାଇଁ ତଥା ଅଞ୍ଚଳର ବିକାଶ ପାଇଁ ତାଙ୍କୁ ଆଶୀର୍ବାଦଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ସାରା ରାଜ୍ୟ ପରିବର୍ତ୍ତନ ପାଇଁ ନିଷ୍ପତି ନେଇ ସାରିଥିବା ବେଳେ ଟିଟିଲାଗଡ ଉପଖଣ୍ଡବାସୀ ମଧ୍ୟ ପରିବର୍ତ୍ତନ ପାଇଁ ମନସ୍ଥ କରିଥିବା ଶ୍ରୀ ଜୈନ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ବଣିକ ସଂଘ ସଭାପତି ଶମ୍ଭୁ ଗୋୟଲ୍, ଚେମ୍ବର୍ ଅଫ୍ କମର୍ସ ସଭାପତି ଈଶ୍ୱର ଜୈନ, ମାରୱାଡ଼ି ଯୁବା ମଞ୍ଚ ସଦସ୍ୟ, ବିଜେପି ନେତା ଶୁଭ୍ରାଂଶୁ ଦାସ, ମହେନ୍ଦ୍ର ଠାକୁର ପ୍ରମୁଖଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଓ ବହୁସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ବିଜେପି ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles