କନ୍ଧକେଲ ଗାଁ ରେ ବିଜେପିର ବିଶାଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ । ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ

ଟିଟିଲାଗଡ ଜେଏନ୍ଏସ୍, ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କନ୍ଧକେଲ ଗାଁ ରେ ବିଜେପି ର ବିଶାଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ବିଜେପି ନେତ୍ରୀ ତଥା ଟିଟିଲାଗଡ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ମୁଖ୍ୟ ଅତିଥି,ବିଜେପି ନେତା ପଞ୍ଚାନନ ସାହୁ,ଡୋଳାମଣି ବସ୍ତିଆ,ବରିଷ୍ଠ ନେତା ମହେନ୍ଦ୍ର ଠାକୁର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ସାମିଲ ହୋଇ ଦଳୀୟ ସମର୍ଥକ ଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତି ଜୈନ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଜୀ ଙ୍କ ବିକାଶର ବାର୍ତ୍ତା ଜନସାଧାରଣ ଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ।

ବିଜେଡି ସରକାର ୨୪ ବର୍ଷ ଶାସନ କାଳରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ଏବେ ବି ଲୋକେ ମୌଳିକ ସମସ୍ୟାରୁ ବଞ୍ଚିତ ଥିବା ଦାଦନ ସମସ୍ୟା ଉତ୍କଟ ରୂପ ନେଇଥିବା, ପାନୀୟଜଳ ଯୋଗାଣ ରେ ସରକାର ଫେଲ ମାରିଥିବା, ଚାଷୀମାରଣା ନୀତି,ଶିକ୍ଷକ ଅଭାବ,ଡାକ୍ତର ଅଭାବ ସମସ୍ୟା ଚରମ ସ୍ଥର ରେ ଥିବା ଉଲ୍ଲେଖ କରିଥିଲେ। ଅଞ୍ଚଳ ବାସି ମୌଳିକ ସୁବିଧାରୁ ବଞ୍ଚିତ ଥାଇ ଚଳିତ ନିର୍ବାଚନ ରେ କ୍ଷମତା ପରିବର୍ତ୍ତନ ପାଇଁ ନିଷ୍ପତି ନେଇ ସାରିଥିବା ବିଜେପି ନେତା ପ୍ରକାଶ କରିଥିଲେ। ଚଳିତ ନିର୍ବାଚନରେ ବିଜେପି ବିଧାୟକ ପ୍ରାଥି ନବୀନ ଜୈନ ରେକଡ୍ ସଂଖ୍ୟକ ଭୋଟରେ ବିଜୟୀ ହେବେ ବୋଲି ଶ୍ରୀମତି ଦେବୀ ଜୈନ କହିଥିଲେ। ଏହି ଅବସର ରେ କନ୍ଧକେଲଗାଁ ପଂଚାୟତ ର ବିଜେଡି ର ମୁଖ୍ୟ ସଂଗଠକ ପ୍ରଶାନ୍ତ କୁମାର ମେହେର ଙ୍କ ନେତୃତ୍ୱ ରେ ଶତାଧିକ ପୁରୁଷ ଓ ମହିଳା ବିଜେପି ରେ ସାମିଲ ହୋଇଥିଲେ।ସେହିପରି ମୁନୁ ମେହେର ଙ୍କ ନେତୃତ୍ୱରେ ଓମ ସାଗର ବାରିକ, ପ୍ରେମା ବାରିକ, ଦୁର୍ଯୋଧନ ପୁଟେଲ, ଜଗଦୀଶ ସାଗର, ସଂଯୁକ୍ତା ସାଗର, ରୋହିତ ରଣା ଙ୍କ ସହ ଶତାଧିକ କର୍ମୀ ବିଜେପି ରେ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମ ରେ କନ୍ଧକେଲ୍ ପଞ୍ଚାୟତ ସମେତ ବୁଢାବାହାଲ ପଞ୍ଚାୟତ ର ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ବିଜେପି ରେ ସାମିଲ ହୋଇଥିଲେ।ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ରେ ଦିନକୁ ଦିନ ବିଜେପି ର ଶକ୍ତି ବୃଦ୍ଧି ପାଉଥିବା ନେଇ ସାଧାରଣ ରେ ଆଲୋଚନା ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles