୩୧ ଲକ୍ଷ ଜାଲନୋଟ ଜବତ ମାମଲା ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ଟିଟିଲାଗଡ଼,୧୭/୫ (ଜେଏନ୍ଏସ୍), ଟିଟିଲାଗଡ଼ ସହରର ବହୁଚର୍ଚ୍ଚିତ ୩୧ ଲକ୍ଷ ଟଙ୍କାର ଜାଲନୋଟ ଜବତ ମାମଲାର ଶନିବାର ସହକାରୀ ଦୌରାଜର୍ଜ କୃଷ୍ଣଚନ୍ଦ୍ର ନାୟକ ମାମଲାର ଶୁଣାଣିକରି ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିବାନାରେ ଦଣ୍ଡିତ କରିଛନ୍ତି । ଜରିବାନା ଅନାଦେୟ ୧ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ଗତ ୨୦୨୩ ଫେବୃଆରୀ ୩ ତାରିଖରେ କଳାହାଣ୍ଡି କେ’ଗାଁ ଥାନା ଅନ୍ତର୍ଗତ କଣ୍ଟାମାଲ ଗାଁର ଲିଙ୍ଗରାଜ ବେହେରା (୫୦)  ୩୧ ଲକ୍ଷ ୨୭ ହଜାର ୫ ଶହଟଙ୍କାର ନକଲିନୋଟ ଧରି ଟିଟିଲାଗଡ଼ ସହରରେ ଥିବା ଏକ ପାର୍କ ନିକଟରେ ପୂର୍ବରୁ ହୋଇଥିବା ଡିଲ ଅନୁଯାୟୀ ଅପେକ୍ଷା କରିଥିବା ବେଳେ ପୂର୍ବରୁ ସୂଚନା ପାଇ ଏସ୍ ଟିଏଫ ଟିମ ତାକୁ କାବୁ କରିବାରେ ସଫଳ ହୋଇଥିଲା। ଏସଟିଏଫର ଜେରା ସମୟରେ ଉକ୍ତ ଟଙ୍କାକୁ ୫ଲକ୍ଷ ଅସଲି ଟଙ୍କା ବଦଳରେ ବଦଳାଇବାର କାର୍ଯ୍ୟକ୍ରମ ରଖିଥିବା ସ୍ୱୀ କାର କରିଥିଲା। ଏହି ମାମଲାର ବିଚାର କରି ମାନ୍ୟବର କୋର୍ଟ ୯ଜଣ ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ଦସ୍ତାବିଜକୁ ଆଧାରକରି ଦଫା ୪୮୯ ଓ ୪୮୯ (ସି) ଅନ୍ତର୍ଗତ ଅଭିଯୁକ୍ତକୁ ୭ ବର୍ଷ ଓ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଏହି ମାମଲାରେ ଫେରାରଥିବା ଅନ୍ୟତମ ଅଭିଯୁକ୍ତ ସାନପତ୍ରାପାଲି ଗାଁର ଧର୍ମୁରଣା ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରିକରିଛନ୍ତି । ସରକାରଙ୍କ ତରଫରୁ ଆଇନଜୀବୀ ରଘୁନାଥ ରଥ ଏହି ମାମଲାର ପରିଚାଳନା କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles