ଟିଟିଲାଗଡ଼୨୨/୫(ଜେଏନ୍ଏସ୍), ସ୍ଥାନୀୟ “ସାହିତ୍ୟ ସଂସ୍କୃତି” ଓ “କୋସଲି ଭାଷା ସୁରକ୍ଷା ସମିତି” ପକ୍ଷରୁ ଆକାଶ ବାଣୀ ଓ ଦୂରଦର୍ଶନ ଶିଳ୍ପୀ ସ୍ୱର୍ଗତ ରାଧାକୃଷ୍ଣ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଵର୍ଗତ ପଟ୍ଟନାୟକ ଜଣେ ନାଟ୍ୟକାର, ଗାଳ୍ପିକ, କବି, ଶିଶୁ ସାହିତ୍ୟିକ ଏବଂ ଗୀତିକାର ଭାବରେ ଦୀର୍ଘ ପାଂଚଦଶନ୍ଧି ଧରି ଓଡିଆ ଓ କୋଶଲୀ ଭାଷାକୁ ଋଦ୍ଧିମନ୍ତ କରିଥିଲେ । ତାଙ୍କ ରଚିତ ‘ନିକିତି’,’ଶେଷ ଗଳ୍ପ’,’ବାଘ୍ ମାମୁଁ, ‘ବୃନ୍ଦଗୀତି’,’ପ୍ରୀତିଗୀତି’,’ବିଭୁଗୀତ’,’ଦେଶାତ୍ମବୋଧକ ଗୀତ’ ଆଦି ପ୍ରକାଶିତ ହୋଇ ବେଶ୍ ପାଠକୀୟ ଆଦୃତି ଲାଭ କରିଛି । ଏବେ ତାଙ୍କର ଅବର୍ତ୍ତମାନରେ ସାହିତ୍ୟ କ୍ଷେତ୍ରରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ସଭାରେ ଉପସ୍ଥିତ ସାହିତ୍ୟ ପ୍ରେମୀଗଣ ନିଜ ବକ୍ତବ୍ୟ ରଖିଥିଲେ। ଆୟୋଜିତ ସଭାରେ କୋସଲି ସାଂସ୍କୃତିକ ମହାଯୋଟ, ସମ୍ବାଦ ସାହିତ୍ୟ ଘର,ପ୍ରମୁଖ ଅନୁଷ୍ଠାନର ଜ୍ୟୋତି ପ୍ରକାଶ ଗଡତ୍ୟା, ଯୁଗଳ କିଶୋର ଷଡଙ୍ଗୀ, ଭିକାରୀ ଚରଣ ମିଶ୍ର, ଟିକେଲାଲ ବେହେରା, ସଂଜୟ ଅଗସ୍ତି, ରାଜୀବ ଲୋଚନ ପାଢୀ, ଜଗନ୍ନାଥ ପଣ୍ଡା, ବନମାଳୀ ଦାଶ,ପ୍ରମୋଦ କୁମାର ପାଲ,ଚିତ୍ତ ରଂଜନ ଚାଂଦ, ପଂଚାନନ ତାଣ୍ଡି, ଦୁର୍ଗାପ୍ରସାଦ ସାହୁ, ମୋହନ,ପୂର୍ଣ୍ଣ ଚଂଦ୍ର ସାହୁ,ନୀଳମଣି ସାହୁ, ସୁସାନ୍ତ ବାଗ,ଇଂ.ଅନିରୁଦ୍ଧ ସାହୁ ପ୍ରମୁଖ ଉପସ୍ଥିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।