ମତଦାନ ପରେ ପେଟ ପାଇଁ ଦାଦନଙ୍କ ବାହୁଡ଼ା

ଟିଟିଲାଗଡ଼,୨୫/୭ (ଜେଏନ୍ଏସ୍), ସାଧାରଣ ନିର୍ବାଚନ ପର୍ବର ମତଦାନ ସରିବା ପରେ ଦାଦନଙ୍କ କର୍ମସ୍ଥଳୀକୁ ଲେଉଟାଣି ଆରମ୍ଭ ହୋଇଛି । ମତଦାନ ପାଇଁ ଘରମୁହାଁ ଦାଦନ ଏବେ ପେଟ ପାଇଁ ପୁଣି ନିଜ ନିଜ କର୍ମସ୍ଥଳୀକୁ ବହୁସଂଖ୍ୟାରେ ଫେରୁଥିବା ଟିଟିଲାଗଡ ରେଳଷ୍ଟେସନରେ ଦେଖିବାକୁ ମିଳୁଛି ।ଟିଟିଲାଗଡ ଓ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ରେଳ ଯୋଗେ ଦାଦନଙ୍କ ବାହୁଡ଼ାଯାତ୍ରା ଆରମ୍ଭ ହୋଇଛି। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଦାଦନ ପ୍ରବଣ ଜିଲ୍ଲା ଭାବରେ ବେଶ୍ ପରିଚିତ । ଏହି ଅଞ୍ଚଳରେ ସରକାରଙ୍କ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ମଧ୍ୟ ଦାଦନ ରୋକିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି । କର୍ମନିଯୁକ୍ତି ସୁଯୋଗର ଅଭାବ ଯୋଗୁଁ ଏହି ଅଞ୍ଚଳରୁ ଅନ୍ୟ ରାଜ୍ୟକୁ ବହୁଲୋକ ଦାଦନ ଖଟିବାକୁ ଯାଇ ବାରମ୍ବାର ଅକଥନୀୟ ନିଯ୍ୟାତନାର ଶିକାର ହୋଇଥିବା ନଜିର ରହିଛି । ତେବେ ମାନବ ଚାଲାଣ ତଥା ଦାଦନ ସମସ୍ୟା ଆଧୁନିକ ସମାଜକୁ କଳୁଷିତ କରିବା ସହ ବର୍ତ୍ତମାନ ସମାଜରେ ଏକ ଗୁରୁତର ସମସ୍ୟା ଭାବରେ ମୁଣ୍ଡଟେକିଛି । ଜିଲ୍ଲାରେ ବୃଦ୍ଧି ପାଉଥିବା ଏହି ଗ୍ରାଫ୍ ଉପରେ ଅଙ୍କୁଶ ଲଗାଇବାକୁଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ମିଶନ ଉଦ୍ଧାର ଅଭିଯାନ କେବଳ କାଗଜ କଲମରେ ସିମୀତଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ଚଳିତ ନିର୍ବାଚନରେ ଦାଦନର ଗଡ କୁହାଯାଉଥିବା କଣ୍ଟାବାଞ୍ଜି ବିଧାନସଭା ଆସନରୁ ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ବେଳେ ଲୋକେ ପେଟ ପାଇଁ ଭିଟା ମାଟି ଛାଡ଼ି ଅନ୍ୟ ରାଜ୍ୟ ମୁହାଁ ହେବା ସାଧାରଣରେ ଆଲୋଡନ ସୃଷ୍ଟି କରୁଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles