ସଇଁତଳା(ଜେଏନଏସ), ସଇଁତଳା ବ୍ଲକ ଡେଙ୍ଗ ପଞ୍ଚାୟତ ଅନ୍ତର୍ଗତ ଧୁନକେଡା ଗାଁ ଠାରେ ଅର୍ଦ୍ଧନିର୍ମିତ ଡ଼ ବି. ଆର. ଆମ୍ବେଦକର କ୍ଲବ ଘର କୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ଆମ ଓଡିଶା ନବୀନ ଓଡିଶା ଯୋଜନା ଅନ୍ତର୍ଗତ ଅନୁଦାନ ପ୍ରାପ୍ତ ଏହି କ୍ଳବ୍ ଘର ସଂପୂର୍ଣ୍ଣ କରିବାକୁ ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ନୟାନ୍ତ ହୋଇଥିବା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାମ ର ହରିଜନ ପଡା ଠାରେ ଏହି କ୍ଲବ ଗୃହ ନିର୍ମାଣ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା। ତେବେ କ୍ଲବ ଘର ଫଳକ ଲାଗି କାର୍ଯ୍ୟ ଆରମ୍ଭ ହୋଇ ଛାତ ପର୍ଯ୍ୟନ୍ତ କାର୍ଯ୍ୟ ହୋଇ ସାରିଥିବା ବେଳେ ଏ ପର୍ଯ୍ୟନ୍ତ କୋଣସି ବିଲ ପଇଠ ହୋଇପାରି ନ ଥିବା ଯୋଗୁଁ ଶ୍ରମିକ ମହଲରେ ଅସନ୍ତୋଷ
ଦେଖାଦେଇଛି।ଅପରପକ୍ଷରେ ବର୍ଷେ ବିତିଗଲା ସତ୍ତ୍ୱେ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନ ଥିବା ଯୋଗୁଁ ଅଞ୍ଚଳ ବାସି ବ୍ଲକ କୁ ଧାଇଁ ନୟାନ୍ତ ହୋଇଛନ୍ତି।ବ୍ଲକ କର୍ମଚାରୀ କେତେବେଳେ ବିଲ ସରି ଯାଇଛି ତ ଆଉ କେତେବେଳେ ଫାଇଲ ଗାଏବ ହୋଇଯାଇଥିବା କହୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ଯଥାଶୀଘ୍ର ଫାଇଲ ଖୋଜିବା ସହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଅଜିତ ସୁନା, ଶତ୍ରୁଘନ ସୁନା, ରମେଶ ସୁନା, ପୁରନ୍ଦର ବାଗ, ତୁଫାନ ସୁନା, ଚନ୍ଦ୍ରଧୂଜ ଛତ୍ରିଆ, କୈଳାଶ ଛତ୍ରିଆ, କିଷାନ ସୁନା, ରାଜୁ ଛତ୍ରିଆ, ସରୋଜ ଛତ୍ରିଆ, ମଙ୍ଗଳୁ ଛତ୍ରିଆ, ପ୍ରଫୁଲ୍ଲ ବାଗ, ରାହୁଲ ସୁନା, ବାରୁ ବାଗ ପ୍ରମୁଖ ଦାବୀ କରିଛନ୍ତି ।