ବିଶ୍ୱ ରକ୍ତଦାତା ଦିବସ ପାଳିତ

ଟିଟିଲାଗଡ,୧୪/୬(ଜେଏନଏସ),ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ମାତୃ ଓ ଶିଶୁ ଡାକ୍ତରଖାନା ସ୍ଥିତ ସମ୍ମିଳନି କକ୍ଷରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି,ନାଗରିକ ମଞ୍ଚ ସଭାପତି ତଥା ବରିଷ୍ଠ ଆଇନଜୀବୀ ରାଧାକାନ୍ତ ପାଢ଼ୀ,ଏସଡିଏମଓ ପ୍ରଦୀପ ନାୟକ,ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼ ବଳରାମ ସାହୁ,ରକ୍ତଭଣ୍ଡାର ଅଧୀକ୍ଷକ ଡ଼ ଓଁକାର ହୋତା ଓ ଡ଼ ଅସିତ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ରକ୍ତଦାନ ର ଆବଶ୍ୟକତା ଓ ଉପାଦେୟତା ସମ୍ଵନ୍ଧରେ ଆଲୋକପାତ କରିଥିଲେ।ଔଷଧ ବିଶେଷଜ୍ଞ କଲ୍ୟାଣ କୁମାର ବୋଷ ସଭା ପରିଚାଳନା କରିଥିଲେ।ଟିଟିଲାଗଡ ଅଞ୍ଚଳରେ ଥାଲାସେମିଆ ରୋଗୀ ଙ୍କ ସଂଖ୍ୟା ଅଧିକ ଥିବା ଓ ସରକାରୀ ନିୟମ ଅନୁଯାୟୀ ବିନା ପ୍ରତିବଦଳରେ ସେମାନଙ୍କୁ ରକ୍ତ ଦିଆଯାଉଥିବା ଯୋଗୁଁ ରକ୍ତ ଭଣ୍ଡାର ରେ ରକ୍ତର ଅଭାବ କ୍ରମାଗତ ଭାବରେ ଦେଖାଯାଉଥିବା ଡ଼ ହୋତା ଉଲ୍ଲେଖ କରିଥିଲେ। ଗତ ଆର୍ଥିକ ବର୍ଷରେ ଟିଟିଲାଗଡ ରକ୍ତଭଣ୍ଡାର ରେ ୫୦୭୨ ୟୁନିଟ ରକ୍ତ ସଂଗୃହୀତ ହୋଇ ରାଜ୍ୟରେ ରେକର୍ଡ ସୃଷ୍ଟି କରିବା ସହ ମାତୃ ଓ ଶିଶୁ ମୃତ୍ୟୁହାର ରୋକିବାରେ ଏହା ବେଶ୍ ସହାୟକ ହୋଇ ପାରିଥିଲା।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ଜନ୍ମ ଦିବସ ପାଳନ ଅବସରରେ ବିଧାୟକ ଶ୍ରୀ ଜୈନ ଙ୍କ ଆହ୍ୱାନ ରେ ଗତ ବର୍ଷ ଟିଟିଲାଗଡ ରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୧୪୦୯ ୟୁନିଟ ରକ୍ତ ସଂଗୃହିତ ହେବାସହ ରେକର୍ଡ ସୃଷ୍ଟି ହୋଇଥିଲା।ଚଳିତ ବର୍ଷ ମଧ୍ୟ ଅନୁରୂପ ଭାବରେ ରକ୍ତଦାନ ଶିବିର ଆୟୋଜିତ କରାଯାଇ ଏହି ରେକର୍ଡ ଅତିକ୍ରମ କରାଯିବ ବୋଲି ମୁଖ୍ୟଅତିଥି ବିଧାୟକ ଶ୍ରୀ ଜୈନ ପ୍ରକାଶ କରିଥିଲେ।ଏହି ଅବସରରେ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜିତ କରିଥିବା ସମସ୍ତ ସାମାଜିକ ଅନୁଷ୍ଠାନ ଗୁଡିକୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ର ପ୍ରତିନିଧି,ରକ୍ତଦାତା,ଗଣମାଧ୍ୟମ ପ୍ରତିନିଧି ଓ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles