ଟିଟିଲାଗଡ ରେ ପଶ୍ଚିମ ଓଡ଼ିଶା ଗୁଜରାଟୀ ସମାଜ ର ବନ୍ଧୁ ମିଳନ

ଟିଟିଲାଗଡ,୨୯/୬(ଜେଏନ୍ଏସ), ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ପଶ୍ଚିମ ଓଡ଼ିଶା ଗୁଜରାଟୀ ସମାଜ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ସଦସ୍ୟ ହରିଶ ରାୟଠାତା ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି,ଟିଟିଲାଗଡ ବିଧାୟକ ନବୀନ ଜୈନ ଓ ଅଖିଳ ଗୁଜରାଟୀ ସମାଜ କଟକ ର ସଭାପତି ରୂପେଶ ଭାଇ ଦୋଶୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାମାଜିକ ଏକତା ଓ ସଂସ୍କୃତି ସୁରକ୍ଷା ଉପରେ ମତବ୍ୟକ୍ତ କରିଥିଲେ।ବଲାଙ୍ଗୀର ଗୁଜରାଟୀ ସମାଜ ସଭାପତି ମିତେଶ ଭମର ସଭା ପରିଚାଳନା କରିଥିଲେ।ଗୁଜରାଟୀ ସମାଜ ମଧ୍ୟରେ ଏକତା ବଜାୟ ରଖିବା ସହ ସ୍ଥାନୀୟ ଅଞ୍ଚଳରେ ସ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା କୁ ପ୍ରାଥମିକତା ଦେଇ ସହାୟକ ହେବାକୁ ଅତିଥି ବୃନ୍ଦ ମତ ବ୍ୟକ୍ତ କରିଥିଲେ।ଏହି ଅବସରରେ ସି ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ଧୀରଜ କୋଟାକ ଓ ସମାଜର ବରିଷ୍ଠ ସଦସ୍ୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡ଼ ହସମୁଖଲାଲ,ପ୍ରକାଶ କୁମାର ସୁମେୟା,ବର୍ଷା ବେନ୍ ଭମର,ରୀନା ରାୟଠାତା,ଜନ୍ମଜୟ ଭମର, ଅଶ୍ୱିନ ଠକ୍କର, ଭରତ ପିଟ୍ରୋଡା ପ୍ରମୁଖ ଙ୍କ ସହ ବହୁ ଗୁଜରାଟୀ ପରିବାର ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles