ମହଙ୍ଗା ପଡ଼ିଲା ଆତଙ୍କରାଜ,ଜେଲ ଗଲେ ୩ ଅଭିଯୁକ୍ତ

ଟିଟିଲାଗଡ,୨୮/୬(ଜେଏନଏସ),ଟିଟିଲାଗଡ ପୁଲିସ ଗତକାଲି ସହର ମଧ୍ୟରେ ମାରଣାସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରିଥିବା ଅଭିଯୋଗରେ ସଂପୃକ୍ତ ୩ ଅଭିଯୁକ୍ତ ଙ୍କୁ ଗିରଫ କରିଛି।ଘଟଣା କୁ ନେଇ ଟିଟିଲାଗଡ ଥାନା ଅଧିକାରୀ ମନୋଜ ମୁଣ୍ଡା ଏକ ପ୍ରେସ ବିବୃତ୍ତି ଜାରି କରି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟା ଟିଟିଲାଗଡ ରେଳବାଇ କାଲୋନି ର ଅସିତ ପ୍ରଧାନ(୨୩) ନିଜ ବାଇକ ଯୋଗେ ଯାଉଥିବା ବେଳେ ଷ୍ଟେସନ୍ ରାସ୍ତା ପାର୍ଶ୍ୱରେ ଥିବା ମଦ ଦୋକାନ ଠାରେ ଟାଟା ଆଲଟ୍ରୋଜ କାର(ଓଡ଼ି ୦୩ ଜେଡ ୮୯୧୮) ରେ ଥିବା କିଛି ଯୁବକ ସାମାନ୍ୟ ସାଇଡ ଦେବା କୁ କେନ୍ଦ୍ରକରି ତାଙ୍କୁ ଆକ୍ରମଣ କରିବା ସହ ମାରଣାସ୍ତ୍ର ପ୍ରଦର୍ଶନ କରି ଆତଙ୍କ ସୃଷ୍ଟି କରିଥିଲେ।ଘଟଣା କୁ ନେଇ ଅସିତ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ଭିତ୍ତି ରେ ପୁଲିସ ଥାନା କେସ ନଂ ୨୨୫/୨୦୨୬ ଅନ୍ତର୍ଗତ ଏକ ମାମଲା ରୁଜୁ ସହ ଘଟଣାରେ ସଂପୃକ୍ତ ସଇଁତଳା ଥାନା ଅନ୍ତର୍ଗତ ଡୁମାଲପଡ଼ା ଗ୍ରାମର ରମେଶ ବସ୍ତିଆ(୩୪),ବରଗଡ଼ ର ଗୌରବ ଦାସ(୨୪) ଓ ମୁକେଶ ମେହେର(୨୪) ନାମକ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି।ଏଥିସହ ଘଟଣାରେ ବ୍ୟବହୃତ କାର୍,ମାରଣାସ୍ତ୍ର ଓ ୪ ଟି ମୋବାଇଲ ଫୋନ ପୁଲିସ ଜବତ କରିଛି।ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁଲିସ ସୂଚନା ଦେଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles