ନମ୍ର ବ୍ୟକ୍ତିତ୍ୱ ବିଷ୍ଣୁ ସେନ୍ଦୁରିଆ ଙ୍କ ପରଲୋକ

ଟିଟିଲାଗଡ,୧/୮(ଜେଏନଏସ), ଟିଟିଲାଗଡ ସହରର ବେଶ ପରିଚିତ ଓ ଲୋକପ୍ରିୟ ବ୍ୟକ୍ତି ବିଷ୍ଣୁ ସେନ୍ଦୂରିଆ (୬୬) ଙ୍କ ଶୁକ୍ରବାର ବିଳମ୍ବିତ ରାତ୍ରି ରେ ପରଲୋକ ଘଟିଛି।ସ୍ୱର୍ଗତ ସେନ୍ଦୁରିଆ ପୌର ପରିଷଦ ର ଅବସରପ୍ରାପ୍ତ ସଫେଇ କର୍ମଚାରୀ ଥିଲେ।ସେ ନିଜର ସରଳ ଓ ନମ୍ର ବ୍ୟବହାର ପାଇଁ ସମାଜର ସମସ୍ତ ବର୍ଗ ରେ ବେଶ ଆଦୃତ ଥିଲେ।ମୃତ୍ୟୁ ଶର୍ଯ୍ୟା ନିକଟରେ ଧର୍ମପତ୍ନୀ ସରୋଜିନୀ,ପୁତ୍ର ଚନ୍ଦନ,କନ୍ୟା ଦେବକୀ ଓ ନବିନା ଙ୍କ ସହ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।ଶନିବାର ସକାଳେ ସ୍ଥାନୀୟ ମୁକ୍ତିଧାମ୍ ଠାରେ ତାଙ୍କ ଅନ୍ତେଷ୍ଟି କ୍ରିୟା ସମାପନ କରାଯାଇଥିଲା।ତାଙ୍କ ବିୟୋଗରେ ବିଧାୟକ ନବୀନ ଜୈନ,ପୌରଅଧ୍ୟକ୍ଷା ମମତାଦେବୀ ଜୈନ,ପୂର୍ବତନ ନଗରପାଳ ଭବାନୀ ପ୍ରସାଦ ହୋତା, ଶୁଭ୍ରାଂଶୁ ଶେଖର ଦାସ,ସଂପାଦକ ସନ୍ତୋଷ କେଜ୍ରିୱାଲ,ସ୍ଥାନୀୟ କାଉନସିଲର ସୁନିତା ଦାସ ପ୍ରମୁଖ ଙ୍କ ସହ ସହରର ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles