
ଟିଟିଲାଗଡ,୨୬/୬(ଜେଏନଏସ),କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ୫୭ ତମ ଜନ୍ମ ଦିବସ ଅବସରରେ ଟିଟିଲାଗଡ ପୌର କଲ୍ୟାଣ ମଣ୍ଡପ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ବିଜେପି ଯୁବ ନେତା ନରସିଂ ସିଂ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବିଜେପି ନେତା ପ୍ରମୋଦ ପ୍ରଧାନ ମୁଖ୍ୟଅତିଥି ଏବଂ ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରି ସଭାପତି ବୀରବର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିବିର ଉଦଘାଟନ ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ମାରୱାଡି ସେଣ୍ଟ୍ରାଲ ଶାଖା ର ସଦସ୍ୟ ମାନଙ୍କ ସହ ସାମାଜିକ କର୍ମୀ ଓ ବିଜେପି କର୍ମକର୍ତ୍ତା ମାନେ ରକ୍ତଦାନ କରିଥିଲେ।ତେବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କ ୫୭ ତମ ଜନ୍ମ ଦିବସ ରେ ଆୟୋଜିତ ରକ୍ତଦାନ ଶିବିରରେ ୫୭ ୟୁନିଟ ରକ୍ତ ସଂଗ୍ରହ କରାଯାଇ ସେବା ର ବାର୍ତ୍ତା ଦିଆଯାଇଥିବା ଆୟୋଜକ ନର୍ସିଂ ସିଂ ଉଲ୍ଲେଖ କରିଛନ୍ତି।ରକ୍ତ ସଂଗ୍ରହ ରେ ସ୍ଥାନୀୟ ରକ୍ତଭଣ୍ଡାର କର୍ମଚାରୀ ସହଯୋଗ କରିଥିଲେ।

