ନବମ ଲୋକକଳା ଉତ୍ସବ ଉଦଘାଟିତ

ବଲାଙ୍ଗିର,୨୨/୫(ଜେଏନଏସ),ବଲାଙ୍ଗୀର ଦୁଲଦୁଲି କଳା ପରିଷଦ ପକ୍ଷରୁ ସ୍ଥାନୀୟ ଐତିହାସିକ କୋଶଲ କଳାମଣ୍ଡପ ପଡ଼ିଆ ଠାରେ ନବମ ଲୋକକଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପରିଷଦ ର ସଭାପତି ଅନନ୍ତ ଦାସ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ କଳାକାର ଗୁରୁଶ୍ରୀ ରଞ୍ଜନ କୁମାର ସାହୁ ମୁଖ୍ୟ ଅତିଥି,ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଦାଶ,ପରିଷଦ ର ଉପଦେଷ୍ଟା ଶତ୍ରୁଘନ ପାଣିଗ୍ରାହୀ,ପରିଷଦ ର ପୂର୍ବତନ ଅଧ୍ୟକ୍ଷ ଡ଼ ସଞ୍ଜୟ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଲୋକକଳା ହିଁ ଆମ ର ପ୍ରକୃତ ପରିଚୟ ବୋଲି ଉଲ୍ଲେଖ କରିଥିଲେ।ସନ୍ଦୀପ କୁଅଁର ସଭାପରିଚାଳନା ଓ ଅର୍ଜୁନ ସାହୁ ସଭା ସଂଯୋଜନା କରିଥିଲେ।ଏହି ଅବସରରେ ସଂକୀର୍ତ୍ତନ ଗୁରୁ ପ୍ରସାଦି ପୁଟେଲ୍,କଳାକାର ନବଦ୍ଵିପ ଚାନ୍ଦ ବେହେରା ଓ ଦଣ୍ଡନୃତ୍ୟ ଗୁରୁ ଯୁଗେଶ୍ୱର ପାତ୍ର ଙ୍କୁ ଲୋକକଳା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଂସୃତିକ ଦଳ ଅଂଶ ଗ୍ରହଣ କରି ନିଜ ନିଜ କଳା ପ୍ରଦର୍ଶନ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles