ରେଳ ରୋକ ପୂର୍ବରୁ ଦାବି ପୂରଣ, ବଲାଙ୍ଗିର ରେ ବିଶାଖାପାଟଣା – ନୂଆଦିଲ୍ଲୀ ଟ୍ରେନ ଷ୍ଟପେଜ ମଞ୍ଜୁର

ବଲାଙ୍ଗିର,୨୨/୫(ଜେଏନଏସ),ରେଳ ବିଭାଗ ପକ୍ଷରୁ ବିଶାଖାପାଟଣା ରୁ ନୂଆଦିଲ୍ଲୀ କୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଟ୍ରେନ୍ ର ବଲାଙ୍ଗୀର ଷ୍ଟପେଜ ନ ଥିବା ଯୋଗୁଁ ସହରବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ସହର ର ବିଭିନ୍ନ ସଙ୍ଗଠନ ପକ୍ଷରୁ ବଲାଙ୍ଗୀର ରେ ଏହି ଟ୍ରେନ ରହଣି ପାଇଁ ରେଳମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ନିକଟରେ ଦାବି ହୋଇଥିଲା।ଏହାକୁ ନେଇ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ମଧ୍ୟ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଚିଠି ଲେଖି ଦାବି ଜଣାଇଥିଲେ।ଶୁକ୍ରବାର ଏହି ଟ୍ରେନ ସେବା ଆରମ୍ଭ ହୋଇଥିବା ବେଳେ ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ରେଳ ରୋକ ଡାକରା ଦିଆଯାଇ ବହୁସଂଖ୍ୟାରେ ଜନ ସାଧାରଣ ରେଳ ଷ୍ଟେସନ୍ ରେ ପହଞ୍ଚିଥିଲେ।ତେବେ ବଲାଙ୍ଗୀର ବାସି ଙ୍କ ସାମୁହିକ ଦାବି କୁ ସମ୍ମାନ ଜଣାଇ ରେଳ ବିଭାଗ ବଲାଙ୍ଗୀର ଷ୍ଟେସନ ରେ ଏହି ଟ୍ରେନ ର ୨ ମିନିଟ ଷ୍ଟପେଜ ପାଇଁ ଅନୁମତି ଦେଇଥିବା ବିଭାଗୀୟ ଅଧିକାରୀ ମାନେ ସୂଚନା ଦେଇଥିଲେ।ଏହି ସୂଚନା ପାଇ ଆନ୍ଦୋଳନ ପାଇଁ ଯାଇଥିବା ଲୋକେ ବିଜୟ ଉତ୍ସବ ପାଳନ କରିଥିଲେ।ତେବେ ଏହି ଟ୍ରେନ କୁ ନିୟମିତ କରିବା ସହ ରହଣି ସମୟ ୫ ମିନିଟ କୁ ବୃଦ୍ଧି କରିବାକୁ ଦାବି ହୋଇଛି।ଏହି ଆନ୍ଦୋଳନରେ ପୌର ଅଧ୍ୟକ୍ଷା ଦମୟନ୍ତୀ ବାଗ,ବିଜେଡି ରାଜ୍ୟ ସମ୍ପାଦକ ଲକ୍ଷଣ ମେହେର,ତରୁଣ ମିଶ୍ର, କାହ୍ନ୍ନା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles