
ଟିଟିଲାଗଡ,୨୧/୫(ଜେଏନଏସ),ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସର୍କଲ ଏଆରସିଏସ କାର୍ଯ୍ୟାଳୟ ରେ କାର୍ଯ୍ୟରତ ବରିଷ୍ଠ ସହାୟକ ଅନିଲ କୁମାର ପଣ୍ଡା ଓ ପିଅନ ହରେକୃଷ୍ଣ ମାଝୀ ଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି।ସୂଚନା ଅନୁଯାୟୀ ଗତ ବର୍ଷ ଅବସର ଗ୍ରହଣ କରିଥିବା ଜଣେ କର୍ମଚାରୀ ଙ୍କ ବକେୟା ପ୍ରାପ୍ୟ ମଞ୍ଜୁର ପାଇଁ ଶ୍ରୀ ପଣ୍ଡା ୧ ଲକ୍ଷ ଟଙ୍କା ଦାବି କରିଥିଲେ।ତେବେ ଧାର୍ଯ୍ୟ ହୋଇଥିବା ଲାଞ୍ଚ ଟଙ୍କା ମଧ୍ୟରୁ ୭୦ ହଜାର ଟଙ୍କା କୁ ସେ ସେ ଅଭିନବ ଉପାୟରେ ସେହି କାର୍ଯ୍ୟାଳୟ ରେ କାର୍ଯ୍ୟରତ ପିଅନ ହରେକୃଷ୍ଣ ମାଝୀ ଙ୍କ ବ୍ୟାଙ୍କ ଖାତାରେ ଜମା କରିବାକୁ କହିଥିଲେ।ସଂପୃକ୍ତ କର୍ମଚାରୀ ଜଣକ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିବା ବେଳେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବରେ ଚଢାଉ କରି ଉଭୟ ଅଭିଯୁକ୍ତ ଙ୍କୁ କାବୁ କରିଥିଲେ।ଘଟଣା କୁ ନେଇ ସମ୍ବଲପୁର ଭିଜିଲାନ୍ସ ଥାନା ରେ ଏକ ମାମଲା ରୁଜୁ ହେବା ସହ ଉଭୟ ଙ୍କ ଘରେ ଚଢ଼ାଉ ହୋଇଥିବା ଭିଜିଲାନ୍ସ ଡିଏସପି ପୁଲସ୍ତି ଛତ୍ରିଆ ସୂଚନା ଦେଇଛନ୍ତି।

