ପାସେଞ୍ଜର ଟ୍ରେନ ରୁ ଗଞ୍ଜେଇ ଜବତ,୩ ଗିରଫ

ଟିଟିଲାଗଡ,୨୩/୫(ଜେଏନଏସ), ଟିଟିଲାଗଡ ଜିଆରପି ପୁଲିସ ଟ୍ରେନ ଯୋଗେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ ସହ ସଂପୃକ୍ତ ୩ ଜଣ କୁ ଗିରଫ କରିଛି।ସୂଚନା ଅନୁଯାୟୀ ଶନିବାର ଜୁନାଗଡ- ରାୟପୁର ପାସେଞ୍ଜର ଟ୍ରେନ ଟିଟିଲାଗଡ ୫ ନମ୍ବର ପ୍ଲାଟଫର୍ମ ରେ ପହଞ୍ଚିବା ପରେ ପୁଲିସ ପକ୍ଷରୁ ହେଉଥିବା ନିୟମିତ ଯାଞ୍ଚ ବେଳେ ସନ୍ଦେହଜନକ ଅବସ୍ଥାରେ ଥିବା ୨ ଜଣ ମହିଳା ଓ ଜଣେ ବ୍ୟକ୍ତି ଙ୍କୁ ଅଟକ ରଖିଥିଲା।ସେମାନଙ୍କ ବ୍ୟାଗ ତଲାସ କରିବାପରେ ୨ କେଜି ଗଞ୍ଜେଇ ଥିବା ଜଣାପଡିଥିଲା।ଗିରଫ ଅଭିଯୁକ୍ତ ମାନେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଭାଟେଲ କଲୋନି ପଡ଼ା ର ଶୈଳେନ୍ଦ୍ରୀ ବିଭାର(୩୦),ଝିଲି ଗୌଡ଼(୩୫) ଓ ଗଣ୍ଡାରାମ ବିଶି(୫୬),ଜବତ ଗଞ୍ଜେଇ ପରିମାଣ ୨ କେଜି ଏବଂ ଏହା ନର୍ଲା ରୁ କଣ୍ଟାବାଞ୍ଜି ଯାଉଥିବା ଜିଆର ପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା ଦେଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles