କନ୍ନେୟାଲାଲ ଶର୍ମା ଙ୍କ ପରଲୋକ

ଟିଟିଲାଗଡ,୨୫/୫(ଜେଏନଏସ),ଟିଟିଲାଗଡ ସହରର ଯୁବ ବ୍ୟବସାୟୀ କନ୍ନେୟାଲାଲ ଶର୍ମା ଙ୍କ ସମ୍ବଲପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି।ସ୍ୱର୍ଗତ ଶର୍ମା ଦିର୍ଘଦିନ ଧରି ଯକୃତ ରୋଗ ରେ ପୀଡିତ ଥିଲେ।କିଛିଦିନ ପୂର୍ବରୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ବିଶାଖାପାଟନା ଓ ପରେ ସମ୍ବଲପୁର ଲାଇଫ କେୟାର ଡାକ୍ତରଖାନା କୁ ନେଇଥିଲେ।ସୋମବାର ସନ୍ଧ୍ୟା ରେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିଲା।ଆସନ୍ତା କାଲି ସ୍ଥାନୀୟ ମୁକ୍ତିଧାମ୍ ଠାରେ ତାଙ୍କ ଅନ୍ତେଷ୍ଟିକ୍ରିୟା କରାଯିବା ନେଇ ପରିବାର ସଦସ୍ୟ ସୂଚନା ଦେଇଛନ୍ତି।ସ୍ୱର୍ଗତ ଶର୍ମା ଙ୍କ ବିୟୋଗ ରେ ସ୍ଥାନୀୟ ବିଧାୟକ ନବୀନ ଜୈନ,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ପ୍ରମୁଖ ଙ୍କ ସହ ବ୍ୟବସାୟୀ ମହଲରୁ ଗଭିର ଶୋକ ପ୍ରକାଶ ପାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles