
ଟିଟିଲାଗଡ,୧୧/୪(ଜେଏନଏସ),ଟିଟିଲାଗଡ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ୫୮ ତମ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ କୁମାର ଜୈନ ମୁଖ୍ୟ ଅତିଥି,ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ଼ ଉମେଶ ଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା,ଟିଟିଲାଗଡ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ଓ ବରଗଡ ପଞ୍ଚାୟତ କଲେଜ ର ପ୍ରାକ୍ତନ ପ୍ରଫେସର ପତିତପାବନ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ଇଂରାଜୀ ବିଭାଗ ଅଧ୍ୟାପିକା ବନ୍ଦନା କର ସଭାପରିଚାଳନା କରିଥିଲେ।ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି ଅନୁଷ୍ଠାନ ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଧ୍ୟକ୍ଷ ଅଶ୍ଵିନୀ ପ୍ରଧାନ ଉଲ୍ଲେଖ କରିଥିଲେ।ଅନୁଷ୍ଠାନ ର ଗରିମା ବଜାୟ ରଖିବା ପାଇଁ ସାମୂହିକ ପ୍ରୟାସ ଜାରି ରଖିବାକୁ ଏବଂ କଲେଜ ଭିତ୍ତିଭୂମି ପାଇଁ ଆବଶ୍ୟକ ଅନୁଦାନ ବାଧକ ସାଜିବ ନାହିଁ ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଜୈନ ପ୍ରକାଶ କରିଥିଲେ।ଏହି ଅବସରରେ କୃତ୍ତି ଛାତ୍ର,ଛାତ୍ରୀ ଓ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ଶେଷରେ ଇତିହାସ ବିଭାଗ ଅଧ୍ୟାପିକା ଅଳକାନନ୍ଦା ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ।ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଙ୍ଗୀତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

