ଟିଟିଲାଗଡ ବ୍ଲକ ବିଭିନ୍ନ ପଞ୍ଚାୟତ ରେ ପାନୀୟ ଜଳ ସଙ୍କଟ ଉତ୍କଟ, ଜଳ ଯୋଗାଣ ବ୍ୟବସ୍ଥା ଫେଲ୍

ଟିଟିଲାଗଡ,୧୯/୪(ଜେଏନଏସ),ତତଲାଗଡ ଭାବରେ ପରିଚିତ ଟିଟିଲାଗଡ ବ୍ଲକ ର ସଂଖ୍ୟାଧିକ ପଞ୍ଚାୟତ ରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଫେଲ ମାରିଥିବା ଦେଖିବାକୁ ମିଳିଛି।ଅଞ୍ଚଳର ପାରଦ ଦିନ କୁ ଦିନ ବୃଦ୍ଧି ପାଉଥିବା ବେଳେ ପାନୀୟ ଜଳ ର ଅଭାବ ଯୋଗୁଁ ଅଞ୍ଚଳ ବାସୀ ଡ଼ହଳବିକଳ ହେଉଥିବା ଦେଖାଯାଉଛି।ପାନୀୟଜଳ ଯୋଗାଣ ଅବ୍ୟବସ୍ଥା ଯୋଗୁଁ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଲୁଥୁରବନ୍ଧ,ଘୋଡାର, ସିହିନି, ବୁଡ୍ଡି ପଡ଼ା ଓ ବନ୍ଦୂପଲା ପଞ୍ଚାୟତବାସୀ ଙ୍କ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।ପିଇବା ପାଣି ପାଇଁ ଅଞ୍ଚଳବାସୀ ବିଭାଗୀୟ କାର୍ଯ୍ୟାଳୟ ଓ ସ୍ଥାନୀୟ ବିଭାଗୀୟ ଅଧିକାରୀ ଙ୍କ ଠାରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ସ୍ଥିତି ପରିବର୍ତ୍ତନ ହୋଇପାରି ନାହିଁ।କିଛି ମାସ ପୂର୍ବରୁ ଟିଟିଲାଗଡ ଗସ୍ତରେ ଆସିଥିବା ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ ମାର୍ଚ୍ଚ ୩୦ ସୁଦ୍ଧା ଏହି ସମସ୍ୟାର ସମ୍ପୂର୍ଣ ସମାଧାନ ହେବ ବୋଲି କହିଥିବା ବେଳେ ବର୍ତ୍ତମାନ ସ୍ଥିତି କୁ ଦେଖିଲେ ମନ୍ତ୍ରୀ ଙ୍କ ପ୍ରତିଶୁତି ପାଣି ର ଗାର ସଦୃଶ ହୋଇଛି।ପାନୀୟ ଜଳ ଯୋଗାଣ ପାଇଁ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ ଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବ, ବିଦ୍ୟୁତ ସଂଯୋଗ ନ ଥିବା,ଲୋ ଭୋଲଟେଜ ସମସ୍ୟା, କେବୁଲ ଚୋରି,ମୋଟର ପୋଡିଯିବା ଆଦି ସମସ୍ୟା ଯୋଗୁଁ କାର୍ଯ୍ୟକ୍ଷମ ହୋଇପାରି ନାହିଁ।ତେବେ ଟିଟିଲାଗଡ ପରି ଏକ ଉତ୍ତପ୍ତ ଅଞ୍ଚଳ ରେ ସଂପୃକ୍ତ ବିଭାଗ ଓ ଅଧିକାରୀ ଙ୍କ ଅବହେଳା ଯୋଗୁଁ ଏହି ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି।ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ଅଞ୍ଚଳବାସୀ ଟିଟିଲାଗଡ ବିଧାୟକ ନବୀନ ଜୈନ ଙ୍କ ନିକଟକୁ ଆସି ସମସ୍ୟା ର ସମାଧାନ ପାଇଁ ଲିଖିତ ଆବେଦନ କରିଛନ୍ତି।ଘଟଣା କୁ ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରସାଦ କୁମାର ସାମନ୍ତରାୟ ଙ୍କୁ ଯୋଗାଯୋଗ କରାଯିବାରୁ ସେ ଯନ୍ତ୍ରୀ ଙ୍କୁ ପଠାଇ ସଂପୃକ୍ତ ଅଞ୍ଚଳ ଗୁଡ଼ିକ ର ସ୍ଥିତି ପରଖିବା ସହ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି କହିଛନ୍ତି।ଅପରପକ୍ଷରେ ଏହାକୁ ନେଇ ବିଧାୟକ ଶ୍ରୀ ଜୈନ ଙ୍କୁ ଯୋଗାଯୋଗ କରିବାରୁ ଯଥାଶୀଘ୍ର ସ୍ଥିତି ସୁଧାରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ଏବଂ ଲୁଥୁରବନ୍ଧ ଗ୍ରାମ ପୋଖରୀ ର ପୁନଃଉଦ୍ଧାର ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିବା କହିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles