
ଭୁବନେଶ୍ୱର,୧୨/୪(ଜେଏନଏସ),ସଙ୍ଗୀତ ଜଗତର ସୁ ପ୍ରସିଦ୍ଧ ଲୋକପ୍ରିୟ ଗାୟିକା ଆଶା ଭୋସଲେ(୯୨) ଙ୍କ ମୁମ୍ବାଇ ବ୍ରିଚ କେଣ୍ଡି ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ସେ ହୃଦରୋଗ ଓ ଶ୍ୱାସ ସମ୍ବନ୍ଧୀୟ ରୋଗ ରେ ପୀଡିତ ଥିଲେ।ଗତକାଲି ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ସଦସ୍ୟ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରିଥିବା ବେଳେ ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ନିଧନ ଘଟିଛି।ଆଶା ୧୨ ହଜାର ରୁ ଅଧିକ ଗୀତ ଗାଇଥିବା ବେଳେ ତାଙ୍କୁ ପଦ୍ମଭୂଷଣ,ଦାଦା ସାହେବ ଫାଲକେ ଓ ଲାଇଭ ଟାଇମ୍ ଏଚିଭ ଆୱାଡ ଭଳି ସମ୍ମାନ ରେ ସମ୍ମାନିତ କରାଯାଇଛି।ତାଙ୍କ ବିୟୋଗ ରେ ସଙ୍ଗୀତ ଜଗତ ତଥା ବଲିଉଡ ରେ ଶୋକର ଛାୟା ଖେଳିଯାଇଛି।ଆସନ୍ତା କାଲି ସନ୍ଧ୍ୟା ୪ ଘଣ୍ଟା ରେ ମୁମ୍ବାଇ ଶିବାଜୀ ପାର୍କ ଠାରେ ତାଙ୍କ ଅନ୍ତେଷ୍ଟି କ୍ରିୟା କରାଯିବା ନେଇ ପୁତ୍ର ଆନନ୍ଦ ଭୋସଲେ ସୂଚନା ଦେଇଛନ୍ତି।

