
ଟିଟିଲାଗଡ,୧୪/୪(ଜେଏନଏସ),ଟିଟିଲାଗଡ ଆମ୍ବେଦକର ବାଦୀ ମିଳିତ ମଞ୍ଚ ପକ୍ଷରୁ ବାବା ସାହେବ ଡ଼ ଆମ୍ବେଦକର ଙ୍କ ୧୩୫ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।ମଞ୍ଚ ପକ୍ଷରୁ ସ୍ଥାନୀୟ ଗୋବିନ୍ଦ ବାଟିକାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା।ସ୍ଥାନୀୟ ବିଧାୟକ ନବୀନ ଜୈନ କାର୍ଯ୍ୟକ୍ରମରେ ଯୋଗଦେଇ ବାବା ସାହେବ ଙ୍କ ଶ୍ରୁତି ଚାରଣ କରିଥିଲେ।କାର୍ଯ୍ୟକ୍ରମରେ ମିଳିତ ମଞ୍ଚ ର ଆବାହକ ହରିଶ ସୁନା,ଲକ୍ଷେଘର ଗଣ୍ଡା ସଭାପତି ଅର୍ଜୁନ ନାଗ,ଅଖିଳ ଭାରତୀୟ ଅନୁସୂଚିତ ଜାତି ପରିଷଦ ସଭାପତି ମଗନ ସୁନା,ଆଦିବାସୀ ସଂଘ ସମ୍ପାଦକ ହେମେନ୍ଦ୍ର ନାଥ ହାଂସଦା,ବୈକୁଣ୍ଠ ନାଗ,ବିଭୀଷଣ ନାଗ,ପ୍ରକାଶ ମହାନନ୍ଦ,ଟଙ୍କଧର ତାଣ୍ଡି ପ୍ରମୁଖ ଙ୍କ ସହ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ର ବହୁ ଆମ୍ବେଦକର ପ୍ରେମୀ ଯୋଗଦେଇଥିଲେ।ଟିଟିଲାଗଡ ମୁସଲିମ ସମାଜ ପକ୍ଷରୁ ଶୋଭାଯାତ୍ରା କୁ ସ୍ୱାଗତ କରାଯିବା ସହ ସହରର ପ୍ରମୁଖ ସ୍ଥାନ ରେ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା।

