୨୦ ତାରିଖ ସୁଦ୍ଧା ସ୍ଥାନାନ୍ତର ହେବ ଟିଟିଲାଗଡ ଡାକ୍ତରଖାନା

ଟିଟିଲାଗଡ,୧୫/୪(ଜେଏନ୍ଏସ),ଟିଟିଲାଗଡ ସରକାରୀ ଡାକ୍ତରଖାନା ସହର ଉପକଣ୍ଠରେ ନବନିର୍ମିତ କୋଠା କୁ ଚଳିତ ମାସ ୨୦ ତାରିଖ ମଧ୍ୟରେ ସ୍ଥାନାନ୍ତର କରାଯିବା ନେଇ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି।ଗତ ସୋମବାର ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଟିଟିଲାଗଡ ଜନ ଅଭିଯୋଗ ଶୁଣାଣି ଶିବିରରେ ରେ ଆସିଥିବା ବେଳେ ୧୫ ତାରିଖ ସୁଦ୍ଧା ଡାକ୍ତରଖାନା ସ୍ଥାନାନ୍ତର କରାଯିବାକୁ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ।ତେବେ ଏସଡିଏମଓ ପ୍ରଦୀପ ନାୟକ ସ୍ଥାନାନ୍ତର ପାଇଁ ୨୦ ତାରିଖ ପର୍ଯ୍ୟନ୍ତ ସମୟ ଦେବାକୁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ। ପୂର୍ବ ସରକାର ଅମଳରେ ସହର ଉପକଣ୍ଠରେ ଅତ୍ୟାଧୁନିକ ଏମ୍ ସିଏଚ୍ ଓ ଏସ ଡି ଏଚ କୋଠା ନିର୍ମିତ ହୋଇ ଉଦଘାଟିତ ହୋଇ ସାରିଥିବାବେଳେ ସହର ମଧ୍ୟରୁ କେବଳ ମାତୃ ଓ ଶିଶୁ ଡାକ୍ତରଖାନା ସ୍ଥାନାନ୍ତରିତ ହୋଇଛି। ସହର ମଧ୍ୟରେ ଏସ ଡି ଚ ଓ ରକ୍ତ ଭଣ୍ଡାର ରହିଥିବା ଯୋଗୁଁ ରୋଗୀ ଙ୍କ ସହ ବିଭାଗୀୟ କର୍ମଚାରୀ ତଥା ଡାକ୍ତର ଙ୍କୁ ମଧ୍ୟ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।ଅପରପକ୍ଷରେ ସହର ମଧ୍ୟରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନା ସହ ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯିବାକୁ ସହରବାସୀ ଙ୍କ ଦାବି ରହିଛି। ଚଳିତ ମାସ ୨୦ ତାରିଖରେ ଡାକ୍ତରଖାନା ସ୍ଥାନାନ୍ତର ହେବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସିଡିଏମଓ ପୁଷ୍ପାଞ୍ଜଳି ମିଶ୍ର ସୂଚନା ଦେଇଛନ୍ତି।ସହରବାସୀ ଙ୍କ ସୁବିଧା କୁ ଦୃଷ୍ଟି ରେ ରଖି ପୁରୁଣା ଡାକ୍ତରଖାନା ରେ ମଧ୍ୟ ପ୍ରାଥମିକ ଚିକିତ୍ସା ସୁବିଧା ଉପଲବ୍ଧ ରହିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଟିଟିଲାଗଡ ଗସ୍ତରେ ଆସି ନୂତନ ଡାକ୍ତରଖାନା ଉଦଘାଟନ କରିବା କୁ ସ୍ଥିର ହୋଇଥିବା ସୂଚନା ମିଳିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles