
ଟିଟିଲାଗଡ,୨୦/୪(ଜେଏନ୍ଏସ),ଟିଟିଲାଗଡ ସହର ମହାରାଜ ସାଗର ନିକଟରେ ନବ ନିର୍ମିତ ଶ୍ରୀ ଗଣେଶ ଓ ଶ୍ରୀ ଶ୍ରୀ ଦତ୍ତାତ୍ରେୟ ତ୍ରିନାଥ ମନ୍ଦିର ପ୍ରତିଷ୍ଠା ତଥା ବିଗ୍ରହ ସ୍ଥାପନ ଉପଲକ୍ଷେ ସୋମବାର ସନ୍ଧ୍ୟାରେ ଏକ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ନବନିର୍ମିତ ମନ୍ଦିର ପରିସରରୁ ୧୫ ଶହ ରୁ ଉର୍ଦ୍ଧ ମହିଳା କଳସ ବୋହି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ।ସ୍ଥାନୀୟ ବିଧାୟକ ନବୀନ ଜୈନ ଓ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ଶୋଭାଯାତ୍ରା ରେ ସାମିଲ ହୋଇ ଭକ୍ତ ଙ୍କୁ ଉତ୍ସାହିତ କରିଥିଲେ।ବିଭିନ୍ନ ପାରମ୍ପାରିକ ନୃତ୍ୟ ଓ ବାଦ୍ୟ ଶୋଭାଯାତ୍ରା କୁ ବେଶ୍ ଆକର୍ଷିତ କରିଥିବା ବେଳେ ସାରା ସହର ମଧ୍ୟରେ ଏକ ଧାର୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମଙ୍ଗଳବାର ଦେଵ ପୂଜନ ଓ ୨୪ ପ୍ରହର ନାମଯଜ୍ଞ ଆରମ୍ଭ,ଗୁରୁବାର ନବ ନିର୍ମିତ ଦେବାଳୟରେ ପ୍ରାଣ ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନା ଏବଂ ଶୁକ୍ରବାର ପୂର୍ଣାହୁତି ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି।ପୌରପରିଷଦ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରାରେ ସାମିଲ ଭକ୍ତ ଙ୍କୁ ଥଣ୍ଡା ପାନୀୟ ଓ ପଣା ବଣ୍ଟନ କରାଯାଇଥିଲା।ଶୋଭାଯାତ୍ରା ରେ ଭକ୍ତ ଙ୍କ ବିଶାଳ ସମାଗମ କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

