ଡିଏଭି କଲେଜ ରେ ଓଡ଼ିଆ ପକ୍ଷ ପାଳିତ

ଟିଟିଲାଗଡ,୯/୪(ଜେଏନଏସ), ଟିଟିଲାଗଡ ଡିଏଭି ସ୍ଵୟଂଶାସିତ ମହାବିଦ୍ୟାଳୟ ର ସୋମନାଥ ଭବନ ପରିସରରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଯୁବ କବି ଓ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଡ଼ ଦଳ ଗୋବିନ୍ଦ ବିଶି ମୁଖ୍ୟ ଅତିଥି,ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶ୍ଵିନୀ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାହିତ୍ୟ ସାଧକ ତଥା ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ଓଡ଼ିଆ ବିଭାଗ ମୁଖ୍ୟ ମନ୍ଦାକିନୀ ମେହେର ସଭା ପରିଚାଳନା କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଡ଼ ବିଶି ଙ୍କ ସହ ନିମନ୍ତ୍ରିତ ସାହିତ୍ୟ ସାଧକ ଡ଼ ଅଚ୍ୟୁତ ରଥ,ସଞ୍ଜୟ ଅଗସ୍ତି,ନୀଳମଣି ସାହୁ,ଭିକାରୀ ଚରଣ ମିଶ୍ର, ମାନ ଭଞ୍ଜନ ପାଣିଗ୍ରାହୀ,ଗଜାନନ ମିଶ୍ର,ଡ଼ ଯୁଗଳ କିଶୋର ଷଡ଼ଙ୍ଗୀ, ଡୋଳାମଣି ମାଝୀ,ସୁନୀଲ ଅଗସ୍ତି,ଜଗଦୀଶ ଚନ୍ଦ୍ର ଭୋଇ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଙ୍କ ସହ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles