ସମ୍ପାଦକ ଙ୍କୁ ଧମକ,ଥାନା ରେ ଅଭିଯୋଗ

ଟିଟିଲାଗଡ,୨୦/୪(ଜେଏନଏସ), ସର୍ବ ସାଧାରଣ ରେ ଜଣେ ଖବର କାଗଜ ର ସମ୍ପାଦକ ଙ୍କୁ ଧମକ ଦିଆଯାଇଥିବା ନେଇ ସୋମବାର ଟିଟିଲାଗଡ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ ସହର ର ପୁରୁଣା ବ୍ୟାଙ୍କ ଛକ ନିକଟରେ ଥିବା ଶ୍ରୀ ଗଣେଶ ମନ୍ଦିରରୁ ବିଗ୍ରହ ସ୍ଥାନାନ୍ତର ପାଇଁ ପ୍ରବଳ ଜନଗହଳି ହୋଇଥିଲା।ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଇ ପି ଏ ଉଇକ୍ଲି ନ୍ୟୁଜ ର ସହ ସମ୍ପାଦକ ସନ୍ତୋଷ କେଜ୍ରିୱାଲ ଙ୍କୁ ବିଜେଡି ନେତା ରଣଜିତ ପୃଷ୍ଟି ସର୍ବ ସମ୍ମୁଖରେ ଅସଭ୍ୟ ଭାଷାରେ ଗାଳି ଦେବା ସହ ଧମକ ଦେଇଥିବା ନେଇ ଶ୍ରୀ କେଜ୍ରିୱାଲ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ଘଟଣା ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପୁଲିସ ପକ୍ଷରୁ କୁହାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles