ଆବଣ୍ଟନ ଅର୍ଥ ଅଭାବରେ ଡାକ୍ତରଖାନା ସ୍ଥାନାନ୍ତର ବିଳମ୍ବ

ଟିଟିଲାଗଡ,୩୦/୪(ଜେଏନଏସ),ଟିଟିଲାଗଡ ସହର ଉପକଣ୍ଠରେ ନବନିର୍ମିତ କୋଠା କୁ ଡାକ୍ତରଖାନା ସ୍ଥାନାନ୍ତର ପ୍ରକିୟା ରେ ଅହେତୁକ ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି।ପୂର୍ବ ସରକାର ଅମଳରେ ସହର ଉପକଣ୍ଠରେ ଅତ୍ୟାଧୁନିକ ଏମ୍ ସିଏଚ୍ ଓ ଏସ ଡି ଏଚ କୋଠା ନିର୍ମିତ ହୋଇ ଉଦଘାଟିତ ହୋଇ ସାରିଥିବା ବେଳେ ସହର ମଧ୍ୟରୁ କେବଳ ମାତୃ ଓ ଶିଶୁ ଡାକ୍ତରଖାନା ସ୍ଥାନାନ୍ତରିତ ହୋଇଛି। ସହର ମଧ୍ୟରେ ଏସ ଡି ଚ ଓ ରକ୍ତ ଭଣ୍ଡାର ରହିଥିବା ଯୋଗୁଁ ରୋଗୀ ଓ ରୋଗୀ ପରିଜନ ଙ୍କ ସହ ବିଭାଗୀୟ କର୍ମଚାରୀ ତଥା ଡାକ୍ତର ଙ୍କୁ ମଧ୍ୟ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି।ବଲାଙ୍ଗିର ଜିଲ୍ଲାପାଳ କିଛିଦିନ ପୂର୍ବରୁ ଟିଟିଲାଗଡ ଗସ୍ତରେ ଆସି ନୂତନ କୋଠା ର ସ୍ଥିତି ପରଖିବା ସହ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଡାକ୍ତରଖାନା ସ୍ଥାନାନ୍ତର କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ।ବଲାଙ୍ଗୀର ସିଡିଏମଓ ପୁଷ୍ପାଞ୍ଜଳି ମିଶ୍ର ମଧ୍ୟ ୨୦ ତାରିଖ ସୁଦ୍ଧା ଡାକ୍ତରଖାନା ସ୍ଥାନାନ୍ତର ହେବା କୁ ଚୂଡ଼ାନ୍ତ ହୋଇଥିବା ନେଇ ସୂଚନା ଦେଇଥିଲେ।ଏପରିକି ଗତ ୨୩ ତାରିଖ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ମଧ୍ୟ ଏହା ଉଦଘାଟିତ ହେବା ନେଇ ସାଧାରଣରେ ଆଶା ଉଜ୍ଜୀବିତ ହୋଇଥିଲା। ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଏହା ସ୍ଥାନାନ୍ତର ହୋଇ ପାରି ନ ଥିବା ନେଇ ଟିଟିଲାଗଡ ଏସଡିଏମଓ ପ୍ରଦିପ ନାୟକ ଙ୍କୁ ଯୋଗାଯୋଗ କରାଯିବାରୁ ସେ ଡାକ୍ତରଖାନା ସ୍ଥାନାନ୍ତର ପାଇଁ ଆବଣ୍ଟନ ଅର୍ଥ ଆସି ନ ଥିବା ଯୋଗୁଁ ବିଳମ୍ବ ହେଉଥିବା କହିଛନ୍ତି।ତେବେ ବୃହତ୍ତର ଜନସ୍ୱାର୍ଥ ସମ୍ମଳିତ ଏହି ସ୍ଥାନାନ୍ତର ପ୍ରକ୍ରିୟାରେ ଅର୍ଥ ବାଧକ ସାଜିବା ସହରର ବୁଦ୍ଧିଜିବୀ ଙ୍କୁ ଆନ୍ଦୋଳିତ କରିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles