ମହିଳା ଉଦ୍ୟୋଗୀ ପ୍ରଶିକ୍ଷଣ ଶିବିର

ଟିଟିଲାଗଡ,୩୦/୪(ଜେଏନଏସ),ଟିଟିଲାଗଡ ଆଞ୍ଚଳିକ ସମୃଦ୍ଧି ସାଧନ ଅନୁଷ୍ଠାନ ଓ ଉତ୍କଳ ଆଲୁମିନା ଲିମିଟେଡ଼ ର ମିଳିତ ଆନୁକୂଲ୍ୟରେ ଦ୍ବି ଦିବସୀୟ ମହିଳା ଉଦ୍ୟୋଗୀ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ର ବରିଷ୍ଠ ଅଧିକାରୀ ଦେବୀପ୍ରିୟା ,କୃଷକ ଉନ୍ନୟନ ସଙ୍ଗଠନ କମ୍ପାନୀ ନିର୍ଦେଶକ ଗୁପ୍ତେଶ୍ୱର ମାଝୀ,ଆଶା ଅନୁଷ୍ଠାନ ସମ୍ପାଦକ ସଞ୍ଜୀବ ପଟ୍ଟନାୟକ ଓ ଜାଡେ ନ ଅଧ୍ୟକ୍ଷା ମଧୁମିତା ପଟ୍ଟନାୟକ ଯୋଗଦେଇ ବିଭିନ୍ନ ପ୍ରକାର ଖାଦ୍ୟର ସୌର ଚାଳିତ ପ୍ରକ୍ରିୟାକରଣ ସମ୍ଵନ୍ଧରେ ଉପସ୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଶିକ୍ଷିତ କରିଥିଲେ।ରାୟଗଡ଼ା ଜିଲ୍ଲା ତିକିରି ଅଞ୍ଚଳରୁ ବିଭିନ୍ନ ସ୍ୱୟଂ ସହାୟକ ଦଳ ଶିବିରରେ ଯୋଗଦେଇ ଖାଦ୍ୟ ଶସ୍ୟ ର ପ୍ରକ୍ରିୟାକରଣ,ମାଣ୍ଡିଆ ଜାତୀୟ ଖାଦ୍ୟ ର ବଜାରୀକରଣ ସମ୍ଵନ୍ଧରେ ଅବଗତ ହୋଇଥିଲେ।କାର୍ଯ୍ୟକ୍ରମରେ ଆୟୋଜକ ସଂସ୍ଥା ର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles