

ଟିଟିଲାଗଡ,୧/୫(ଜେଏନଏସ), ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଟିଟିଲାଗଡ ଶାଖା ପକ୍ଷରୁ ସ୍ଥାନୀୟ ଡି ଏନ ରିସର୍ଟ ପରିସରରେ ସଂଘ ର ଶତାଦ୍ଧୀ ଉତ୍ସବ ପାଳିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ସମାଜ କୁ ନେତୃତ୍ୱ ଓ ଦିଗଦର୍ଶନ ପ୍ରଦାନ କରୁଥିବା ପ୍ରମୁଖ ବ୍ୟକ୍ତି ବିଶେଷ ଙ୍କ ସହ ବାର୍ତ୍ତା ହେତୁ ସଂଘ ପକ୍ଷରୁ ପ୍ରମୁଖ ଜନ ସଂଗୋଷ୍ଠୀ ର ଆୟୋଜିତ ହୋଇଛି।କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ସହ ସମ୍ପର୍କ ପ୍ରମୁଖ ଭାରତ ଭୂଷଣ ଆରୋଡାଜୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସଂଘର ଶତାଦ୍ଧୀ ଯାତ୍ରାକୁ ସ୍ମରଣ କରିବା ସହ ବିଚାର ଓ କାର୍ଯ୍ୟ ପଦ୍ଧତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ସଂଘର ବଲାଙ୍ଗୀର ବିଭାଗ କାର୍ଯ୍ୟବାହ ଦିଲୀପ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଂଘ ସ୍ଥାପନା ର ୧୦୦ ବର୍ଷ ପୂର୍ତ୍ତି କରିଥିବାବେଳେ ସଦା ସମାଜର ଏକତା,ସଂସ୍କୃତିର ସୁରକ୍ଷା ଓ ଦେଶ ସେବାରେ ନିରନ୍ତର କାମ କରି ଆସୁଥିବା ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ପ୍ରମୁଖ ଙ୍କ ସହ ଶତାଧିକ ସଂଘ ସଦସ୍ୟ ଓ ସହରର ବୁଦ୍ଧିଜିବୀ ଉପସ୍ଥିତ ଥିଲେ।

