ବାଇକ୍ ପିକଅପ ମୁହମୁହିଁ ଧକ୍କା,ଦୁର୍ଘଟଣା ସ୍ଥଳରେ ୨ ମୃତ

ଟିଟିଲାଗଡ,୪/୫(ଜେଏନଏସ),ଟିଟିଲାଗଡ ବଲାଙ୍ଗିର ମୁଖ୍ୟ ରାସ୍ତା ଛୋଟୁ ମହାରାଜ ସିନେମା ହଲ ସମ୍ମୁଖରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ୨ ଜଣ ଯୁବକ ଙ୍କ ଅକାଳ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ ଲୁଥୁରବନ୍ଧ ରୁ ଫପସି ଗ୍ରାମ କୁ କିଛି ରୋଷେୟା ଙ୍କୁ ନେଇ ଯାଇଥିବା ଓଡ଼ି୦୩ଏଇ ୫୯୧୮ ନମ୍ବର ବିଶିଷ୍ଟ ଏକ ପିକ୍ଅପ ଗାଡ଼ି ସହ ବିପରୀତ ଦିଗରୁ ଆସୁଥିବା ଏକ ବାଇକ(ଓଡ଼ି୧୭ଡବ୍ଲୁ ୫୨୪୧) ମୁହାଁମୁହିଁ ଧକ୍କା ହୋଇଥିଲା।ଘଟଣା ସ୍ଥଳ ରେ ବାଇକ୍ ରେ ଥିବା ୨ ଯୁବକ ଙ୍କ ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ସମୟରେ ସେହି ରାସ୍ତା ଦେଇ ଯାଉଥିବା ସାମ୍ବାଦିକ ମନୋଜ ଶତପଥୀ ଆମ୍ବୁଲାନ୍ସ ଓ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଙ୍କୁ ଦୁର୍ଘଟଣା ସମ୍ଵନ୍ଧରେ ସୂଚନା ଦେଇଥିଲେ।ଟିଟିଲାଗଡ ପୁଲିସ ଦୁର୍ଘଟଣା ସ୍ଥଳ ରେ ପହଞ୍ଚି ୨ ମୃତଦେହ ସହ ଦୁର୍ଘଟଣା ଘଟାଇଥିବା ଗାଡ଼ି କୁ ଜବତ କରି ତଦନ୍ତ ଆରମ୍ଭ କରିଛି।ଦୁର୍ଘଟଣା ରେ ମୃତ ଯୁବକ ଦ୍ୱୟ ଟିଟିଲାଗଡ ଥାନା ଅନ୍ତର୍ଗତ ତୁଲାଙ୍ଗ ଗ୍ରାମର ପରମେଶ୍ବର ଭୋଇ(୨୧) ଓ ଧୀରଜ ମାଝୀ(୨୪) ବୋଲି ଜଣାପଡ଼ିଛି।ପୁଲିସ ପକ୍ଷ ରୁ ଜବତ ମୃତ ଦେହ କୁ ଶବ ସଂରକ୍ଷିତ ଗୃହ ରେ ରଖାଯାଇଛି।ଆସନ୍ତା କାଲି ସକାଳୁ ଶବ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟ ଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ନେଇ ପୁଲିସ ସୂଚନା ଦେଇଛି।ଘଟଣା କୁ ନେଇ ତୁଲାଙ୍ଗ ଗ୍ରାମରେ ଶୋକର ଛାୟା ଦେଖିବାକୁ ମିଳିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles