ଦିବ୍ୟ ସଚେତନତା ଗ୍ରୀଷ୍ମକାଳୀନ ଶିବିର

ଟିଟିଲାଗଡ,୪/୫(ଜେଏନଏସ), ଟିଟିଲାଗଡ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଶିଶୁ ମାନଙ୍କ ପାଇଁ ଦିବ୍ୟ ସଚେତନତା ଗ୍ରୀଷ୍ମକାଳୀନ ଶିବିର ଆରମ୍ଭ ହୋଇଯାଇଛି।ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରରେ ଆଧ୍ୟାତ୍ମିକ ସଶକ୍ତିକରଣ ମାଧ୍ୟମରେ ଶିଶୁ ମାନଙ୍କର ବ୍ୟକ୍ତିତ୍ୱ ଓ ଚରିତ୍ର ଗଠନ ତଥା ସକାରାତ୍ମକ ଚିନ୍ତନ ଦ୍ଵାରା ସାମଗ୍ରିକ ବିକାଶ କୁ ପ୍ରାଥମିକତା ଦିଆଯାଉଥିବା ନେଇ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।ଏହି ଶିବିର ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ସକାଳ ୮ ଟା ରୁ ୧୦ ଟା ପର୍ଯ୍ୟନ୍ତ ଚାଲିବ।ଶିବିର ର ପ୍ରଶିକ୍ଷଣ ଅନ୍ତର୍ଗତ ଶିଶୁ ମାନଙ୍କୁ ବ୍ୟାୟାମ,ନୈତିକ ମୂଲ୍ୟବୋଧ ଆଧାରିତ କାହାଣୀ ଓ ପ୍ରାର୍ଥନା ସମ୍ଵନ୍ଧରେ ପ୍ରଶିକ୍ଷିତ କରାଯିବା ନେଇ ଅନୁଷ୍ଠାନ ପକ୍ଷରୁ ଉଲ୍ଲେଖ କରାଯାଇଛି।ଶିବିର ଉଦଘାଟିତ ଉତ୍ସବରେ ସଂସ୍ଥାର ମୁଖ୍ୟ ପ୍ରଭାରୀ ବ୍ରହ୍ମକୁମାରୀ ମନୀଷା,ଦାମିନୀ,ଶିକ୍ଷୟିତ୍ରୀ ଲିପି ନାଗ,ଅନନ୍ତ ସାହୁ,ଭବାନୀ ବାଗ,ଚନ୍ଦ୍ର ଶେଖର ସାହୁ,ରାଜ କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles