ସାମ୍ବାଦିକ ଙ୍କ ବିୟୋଗରେ ଶୋକସଭା

ଟିଟିଲାଗଡ଼,୨୩/୬(ଜେଏନ୍ଏସ), ଟିଟିଲାଗଡ ସାମ୍ବାଦିକ ସମୂହ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଯୁବ ସାମ୍ବାଦିକ ଅଶୋକ ନାରାୟଣ ଭୋଇ ଙ୍କ ଅକାଳ ବିୟୋଗ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ସାମ୍ବାଦିକ ସଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ଜଗଦିଶ ଜୈନ, ଦିଲୀପ ପୁରୋହିତ, ଦୀପକ ସମଜଦାର, ମାନସ ମହାନ୍ତି ଓ ମନୋଜ ଶତପଥୀ ସ୍ୱର୍ଗତ ଭୋଇଙ୍କ ସ୍ମୃତିଚାରଣ ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।ସ୍ୱର୍ଗତ ଭୋଇ ଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବୀ ହୋଇଥିଲା। ସଭା ପ୍ରାରମ୍ଭରେ ସ୍ବର୍ଗତ ଭୋଇଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ ତ୍ରିପାଠୀ,ସୁଧିର ଦାଶ, ତୀର୍ଥଙ୍କର ପଟେଲ,ସଞ୍ଜୟ ନାୟକ, ଜିତୁ ସାହୁ, ଦିନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles