ମାରଣାସ୍ତ୍ର ଧରି ଆତଙ୍କ,୩ ଅଟକ, କାଠଗଡା ରେ ସହରର ଆଇନ-ଶୃଙ୍ଖଳା

ଟିଟିଲାଗଡ,୨୭/୬(ଜେଏନଏସ),ଟିଟିଲାଗଡ ସହର ରେ ଆଇନ ଶୃଙ୍ଖଳା ସ୍ଥିତି କ୍ରମାଗତ ଭାବରେ ବିପର୍ଯ୍ୟୟ ହେଉଥିବା ଦେଖିବାକୁ ମିଳିଛି। ସହର ମଧ୍ୟରେ ଖଣ୍ଡା,ଭୁଜାଲି ଭଳି ମାରଣାସ୍ତ୍ର ଧରି ଦୁର୍ବୁତ୍ତମାନେ ଆତଙ୍କ ସୃଷ୍ଟି କରୁଥିବା ଘଟଣା କୁ ନେଇ ସହରବାସୀଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି।ସୂଚନା ଅନୁଯାୟୀ ସଇଁତଳା ଥାନା ଅନ୍ତର୍ଗତ ଡୁମାଲପଡ଼ା ଗ୍ରାମର ରମେଶ ବସ୍ତିଆ,ବରଗଡ଼ ର ମନିଷ ଦାସ ଓ ମୁକେଶ ମେହେର ଏକ କାର (ଓଡ଼ି ୦୩ ଜେଡ ୮୯୧୮) ରେ ଆସି ଟିଟିଲାଗଡ ସହରର ପୁରୁଣା ବ୍ୟାଙ୍କ ଛକ ଓ ରେଳଷ୍ଟେସନ ରାସ୍ତା ପାର୍ଶ୍ୱରେ ଥିବା ମଦ ଦୋକାନ ଠାରେ ସାମାନ୍ୟ ସାଇଡ ଦେବା ଘଟଣା କୁ କେନ୍ଦ୍ରକରି ମାରଣାସ୍ତ୍ର ପ୍ରଦର୍ଶନ କରି ଆତଙ୍କ ସୃଷ୍ଟି କରିଥିଲେ। ଏଇ ଘଟଣା ସି ସି ଟିଭି ରେ କଏଦ ହେବା ସହ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହୋଇଛି। ଏ ନେଇ ଘଟଣାରେ ପୀଡ଼ିତ ଆକାଶ ପ୍ରଧାନ ଓ ଅଶୋକ ପ୍ରଧାନ ଟିଟିଲାଗଡ ଥାନାରେ ଅଭିଯୋଗ ଦାଖଲ କରିଥିଲେ।ଅଭିଯୋଗ ପରେ ପୁଲିସ ଫେରାର ହେଉଥିବା କାର କୁ ମାର୍ଲାଡ଼ ଠାରେ ଅଟକାଇବା ସହ ଅଭିଯୁକ୍ତ ଙ୍କୁ କାବୁକରି ଥାନା କୁ ଆଣି ଅଟକ ରଖିଛି।କାର ଭିତରୁ ଖଣ୍ଡା ଓ ଭୁଜାଲି ଭଳି ମାରଣାସ୍ତ୍ର ଜବତ ହୋଇଥିବା ବେଳେ ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି।ତେବେ ଦିନ ଦ୍ବିପହରରେ ଏଭଳି ଘଟଣା ସହର ର ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି?

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles