ପ୍ରଖ୍ୟାତ ଓଡ଼ିଶୀ ନ୍ୟୁତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଙ୍କ ମାତୃ ବିୟୋଗ

ଟିଟିଲାଗଡ,୨୧/୬(ଜେଏନଏସ), ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଶୀ ଙ୍କ ମାତା ତଥା ଟିଟିଲାଗଡ ସହରର ସୁପରିଚିତ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଲବଙ୍ଗ ଲତା ଯୋଶୀ ଙ୍କ ପରଲୋକ ଘଟିଛି।ସ୍ୱର୍ଗତ ଶ୍ରୀମତୀ ଯୋଶୀ ହୃଦରୋଗ ଜନିତ ସମସ୍ୟା ରେ ପୀଡିତ ଥିଲେ।ଭୁବନେଶ୍ୱର ପଟିଆ ସ୍ଥିତ ବାସ ଭବନରେ ରବିବାର ସକାଳୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିବା ବେଳେ ଏକ ଘରୋଇ ଡାକ୍ତରଖାନା କୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା।ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।ତାଙ୍କ ପାର୍ଥିବ ଶରୀର କୁ କର୍ମସ୍ଥଳୀ ଟିଟିଲାଗଡ ଅଣାଯାଉଥିବା ଓ ସ୍ଥାନୀୟ ମୁକ୍ତିଧାମ ଠାରେ ଅନ୍ତେଷ୍ଟି କ୍ରିୟା କରାଯିବା ନେଇ ସୂଚନା ମିଳିଛି।କର୍ମମୟ ଜୀବନ ରେ ଉତ୍ତମ ଶିକ୍ଷାଦାନ,ସରଳ ଜୀବନଶୈଳୀ ଓ କର୍ତ୍ତବ୍ୟନିଷ୍ଠା ପାଇଁ ସେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବରେ ଆଦରଣୀୟ ଥିଲେ।ତାଙ୍କ ବିୟୋଗରେ ସ୍ଥାନୀୟ ବିଧାୟକ ନବୀନ ଜୈନ,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ,ବିଶିଷ୍ଟ ବିଜେପି ନେତା ପ୍ରମୋଦ ପ୍ରଧାନ,ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଙ୍କ ସହ ସହରର ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles