
ଟିଟିଲାଗଡ,୧୮/୬(ଜେଏନଏସ),ଟିଟିଲାଗଡ ରଥଯାତ୍ରା ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ ଉତ୍ତେଜନା କୁ ନେଇ ସହରରେ ଚର୍ଚ୍ଚା ଲାଗିରହିଛି।ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନରେ ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ପରିସରରେ ଟିଟିଲାଗଡ ଉପଜିଲ୍ଲାପାଳ ତଥା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ ଓ ଶ୍ରୀ ଶ୍ରୀ ଧବଳେଶ୍ଵର ମହାଦେବ ଟ୍ରଷ୍ଟ ର ମ୍ୟାନେଜିଙ୍ଗ ଟ୍ରଷ୍ଟି ପଦ୍ମନାଭ ସାମନ୍ତରାୟ ଙ୍କ ନେତୃତ୍ୱରେ ରଥଯାତ୍ରା ପୂର୍ବ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା।ବୈଠକ ରେ ବିଧାୟକ ନବୀନ ଜୈନ,ପୌରଧ୍ୟକ୍ଷା ମମତା ଦେବୀ ଜୈନ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଯଶୋବନ୍ତ ନାରାୟଣ ପ୍ରଧାନୀ,ଉପଖଣ୍ଡ ସୂଚନା ଅଧିକାରୀ ତୁଷାରକାନ୍ତ ମହଲା ଓ ଟ୍ରଷ୍ଟି ସଞ୍ଜୀବ ପାଢ଼ୀ ପ୍ରମୁଖ ଯୋଗଦେଇ ମଞ୍ଚାସିନ ଥିଲେ।ତେବେ ମାଉସି ମା ମନ୍ଦିର ସରକାରୀ ଜମି ପ୍ରସଙ୍ଗ କୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉପଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିକ ହୋଇଥଲା।ଚଳିତ ବର୍ଷ ରଥଯାତ୍ରା ସମସ୍ତ ନିତିକାନ୍ତି ସହ ଶାନ୍ତିଶୃଙ୍ଖଳା ରେ ପାଳନ କରାଯିବା,ଶ୍ରୀ ଜଗନ୍ନାଥ ମନ୍ଦିର ଓ ମାଉସୀମା ମନ୍ଦିର ରେ ଆବଶ୍ୟକ ଆନୁସଙ୍ଗିକ କାର୍ଯ୍ୟ କରାଯିବା ସହ ମନ୍ଦିର ପରିସରରେ ଥିବା ପୁରୁଣା ଦୋକାନ ଗୃହ ଉଚ୍ଛେଦ କରାଯିବା ନେଇ ବିଶଦ ଆଲୋଚନା ହୋଇଥିଲା।ସେହିପରି ରଥଯାତ୍ରା ସମୟରେ ସହର ମଧ୍ୟରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା,ଟ୍ରାଫିକ ନିୟନ୍ତ୍ରଣ,ପରିମଳ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା ରକ୍ଷା କୁ ପ୍ରାଥମିକତା ଦେବା ନେଇ ଆଦି ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।ଆୟୋଜିତ ବୈଠକରେ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି, ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।ତେବେ ମହାପ୍ରଭୁ ଙ୍କ ଘୋଷ ଯାତ୍ରା ବୈଠକ ରେ ଚରମ ବିଶୃଙ୍ଖଳା ସହରର ବୁଦ୍ଧିଜୀବୀ ତଥା ଜଗନ୍ନାଥ ପ୍ରେମୀ ଙ୍କୁ ବ୍ୟଥିତ କରିଥିବା ଦେଖିବାକୁ ମିଳିଛି।

