ଟିଟିଲାଗଡ ବ୍ୟବସାୟୀ ଙ୍କୁ ଆକ୍ରମଣ ଘଟଣା, ଗିରଫ ସଂଖ୍ୟା ୩ କୁ ବୃଦ୍ଧି

ଟିଟିଲାଗଡ,୧୬/୬(ଜେଏନଏସ), ଟିଟିଲାଗଡ ସହର ବ୍ୟବସାୟୀ ଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା ରେ ଗରିଫ ସଂଖ୍ୟା ୩ କୁ ବୃଦ୍ଧି ପାଇଛି।ଘଟଣାର ଗୁରୁତ୍ୱ କୁ ଦେଖି ବଲାଙ୍ଗୀର ଏସ ପି ଅଭିଳାଷ ଜି ଟିଟିଲାଗଡ ଗସ୍ତ ରେ ଆସି ଘଟଣାର ଛାନଭିନ କରିବା ସହ ଗଣମାଧ୍ୟମ କୁ ସବିଶେଷ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ ଟିଟିଲାଗଡ ନୀଳଚକ୍ର ନଗର ନିବାସୀ ବ୍ୟବସାୟୀ ଶମ୍ଭୁ ପ୍ରସାଦ ଅଗ୍ରୱାଲ ଗତକାଲି ତାଙ୍କ କୁମୁଡ଼ିପଦର ସ୍ଥିତ ନିଜ କ୍ରସର୍ ରୁ ଫେରୁଥିବା ସମୟରେ ପୌରପରିଷଦର ଡମ୍ପିଙ୍ଗ ୟାର୍ଡ ନିକଟରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସେ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ ସହ ଘଟଣାର ବିଭିନ୍ନ ଦିଗ କୁ ନେଇ ତଦନ୍ତ କୁ ବ୍ୟାପକ କରିଥିଲା।ଘଟଣା ରେ ସଂପୃକ୍ତ ଥିବା ଟିଟିଲାଗଡ ଥାନା ଅନ୍ତର୍ଗତ ବିଜେପୁର ଘୁଘୁରପଲ୍ଲା ଗ୍ରାମର ସନ୍ତୋଷ ରଣା(୩୯) ଓ ଶୁଭମ୍ ରଣା (୨୦) କୁ ପୁଲିସ ପ୍ରଥମେ ଗିରଫ କରିଥିଲା।ତେବେ ମଙ୍ଗଳବାର ପୁଲିସ ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ରେ ହାଟପଦା ପଡ଼ା ର ଆଲୋକ ଦାସ(୫୧) କୁ ଗିରଫ କରିଛି।ପ୍ରକାଶ ଯୋଗ୍ୟ ଯେ ଗିରଫ ଅଭିଯୁକ୍ତ ସନ୍ତୋଷ ରଣା ଓ ଆଲୋକ ଦାସ ୨୦୧୩ ମସିହା ଡିସେମ୍ବର ୧୫ ତାରିଖ ରେ ଟିଟିଲାଗଡ ସହରରେ ଘଟିଥିବା ହାଇ ପ୍ରୋଫାଇଲ୍ ମଡର ବିଜେଡି ରାଜ୍ୟ ସହ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଙ୍କ ସ୍ଵାମୀ ଅଭିମନ୍ୟୁ ସାହୁ ହତ୍ୟା କାଣ୍ଡ ଘଟଣାରେ ସଂଶ୍ଲିଷ୍ଟ ଥିଲେ।କିଛିଦିନ ପୂର୍ବରୁ ଉଭୟେ ସର୍ତ୍ତମୂଳକ ଜାମିନ ରେ ଆସିଥିଲେ। ସନ୍ତୋଷ ରଣା ଜମି କିଣା ବିକା କାରବାର ରେ ମଧ୍ୟସ୍ଥି ରହୁଥିବା ବେଳେ ଆଲୋକ ଦାସ ସହର ଉପାନ୍ତରେ ଏକ ଢାବା ଚଳାଉ ଥିଲେ।ଜମି କିଣା ବିକା କୁ ନେଇ ଉଭୟେ ସଂପୃକ୍ତ ବ୍ୟବସାୟୀ ଙ୍କୁ ଧମକାଇ ୩୦ ହଜାର ଟଙ୍କା ମାଗିଥିବା ଓ ତାଙ୍କୁ ଆକ୍ରମଣ ଘଟଣା ରେ ଜଡ଼ିତ ଥିବା ଏସ ପି ଅଭିଳାଷ ଜି ସୂଚନା ଦେଇଛନ୍ତି। ଘଟଣା କୁ ନେଇ ଅଧିକ ତଦନ୍ତ ଜାରି ରହିଥିବାବେଳେ ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles