
ଟିଟିଲାଗଡ,୪/୮(ଜେଏନଏସ),ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି,କଲେଜ ଅଧ୍ୟକ୍ଷ ଲିଙ୍ଗରାଜ ପାତ୍ର,ଅଧ୍ୟାପକ ଡ଼ ରମାକାନ୍ତ ବେହେରା, ଅରୁଣ ପ୍ରଧାନ ଓ ଦିଲୀପ କୁମାର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସୁରକ୍ଷିତ ପରିବେଶ ପାଇଁ ସଚେତନ କରିଥିଲେ।ମୁଖ୍ୟଅତିଥି ବିଧାୟକ ଶ୍ରୀ ଜୈନ ଜଳବାୟୁ ପରିବର୍ତ୍ତନ କୁ ସନ୍ତୁଳନ କରିବାକୁ ବ୍ୟାପକ ଜନ ସଚେତନତାର ଆବଶ୍ୟକତା ଥିବା ଉଲ୍ଲେଖ କରିଥଲେ।ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରକୃତି ଆମର ସମସ୍ତ ଆବଶ୍ୟକତା ପୂରଣ କରିଥିବାବେଳେ ଆଗାମୀ ପିଢ଼ି କୁ ସନ୍ତୁଳିତ ଓ ସୁରକ୍ଷିତ ପରିବେଶ ପ୍ରଦାନ କରିବା ଆମ ଉତ୍ତରଦାୟିତ୍ୱ ବୋଲି ଶ୍ରୀ ଜୈନ ଉଲ୍ଲେଖ କରିଥିଲେ। ଏଥିପାଇଁ ବ୍ୟାପକ ବୃକ୍ଷରୋପଣ,ଜଳ ସଂରକ୍ଷଣ ଓ ପ୍ଲାଷ୍ଟିକ ବର୍ଜନ ର ଆବଶ୍ୟକତା ଥିବା ବିଧାୟକ ଶ୍ରୀ ଜୈନ କହିଥିଲେ।ସେହିପରି ଲଣ୍ଡା ପାହାଡ ପରିବେଷିତ ଟିଟିଲାଗଡ ସହର କୁ ସବୁଜିମା କରିବାକୁ ବ୍ୟାପକ ବୃକ୍ଷରୋପଣ ସହ ସେଗୁଡ଼ିକର ରକ୍ଷଣା ବେକ୍ଷଣ ର ଆବଶ୍ୟକତା ରହିଥିବା ସମ୍ମାନିତ ଅତିଥି ମାନେ ଉଲ୍ଲେଖ କରିଥିଲେ।ଏହି ଅବସରରେ କଲେଜ ପରିସରରେ ବିଧାୟକ ଙ୍କ ସହ ଅନ୍ୟ ଅତିଥିବୃନ୍ଦ ବୃକ୍ଷ ରୋପଣ କରିଥିଲେ।ସ୍ଥାନୀୟ ସହୁତ୍ୟଘର ସଭାପତି ସଞ୍ଜୟ ଅଗସ୍ତି ସଭା ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ପ୍ରସାଦ ପରିଡା,ସାମ୍ବାଦିକ ସଞ୍ଜୟ ବେହେରା,ସନ୍ତୋଷ ପଟ୍ଟନାୟକ,ଚିରଞ୍ଜିବୀ ପଟ୍ଟନାୟକ ପ୍ରମୁଖ ଙ୍କ ସହ କଲେଜ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଶେଷରେ ସାମ୍ବାଦିକ ମନୋଜ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

