ପରଲୋକ ରେ ବିପିନ ବିହାରୀ ସିହ୍ନା

ଟିଟିଲାଗଡ,୫/୮(ଜେଏନଏସ),ଟିଟିଲାଗଡ ସହରର ବିଶିଷ୍ଟ ସମାଜସେବୀ ବିପିନ ବିହାରୀ ସିହ୍ନା (୮୦)ଙ୍କ ମଙ୍ଗଳବାର ତାଙ୍କ ସ୍ୱାଧୀନପଡ଼ା ସ୍ଥିତ ବାସଭବନ ରେ ପରଲୋକ ଘଟିଛି।ସ୍ୱର୍ଗତ ସିହ୍ନା ସରକାରୀ ସୀକୃତି ପ୍ରାପ୍ତ ଦେଶୀ ମଦଭାଟି ଚେକର ଭାବରେ ପୂର୍ବରୁ କାର୍ଯ୍ୟରତ ଥିଲେ। ଟିଟଲାଗଡ ସହରରେ ସେ ଚେକର ବାବୁ ଭାବରେ ବେଶ୍ ଲୋକପ୍ରିୟ ଥିଲେ।ସମାଜସେବାରେ ତାଙ୍କ ଅଗ୍ରଣୀ ଭୂମିକା ତଥା ନିଜ ସରଳ ଓ ନମ୍ର ବ୍ୟବହାର ପାଇଁ ସେ ସମସ୍ତଙ୍କ ପ୍ରିୟ ଥିଲେ।ବୁଧବାର ଅପରାହ୍ନ ରେ ସ୍ଥାନୀୟ ମୁକ୍ତିଧାମ ଠାରେ ତାଙ୍କ ଅନ୍ତେଷ୍ଟି କ୍ରିୟା ସମାପନ ହୋଇଥିବା ବେଳେ ତାଙ୍କ ଶବାଧାର ରେ ସହରର ବିଭିନ୍ନ ବର୍ଗର ବହୁଲୋକ ସାମିଲ ହୋଇଥିଲେ ।ତାଙ୍କ ବିୟୋଗରେ ସ୍ଥାନୀୟ ବିଧାୟକ ନବୀନ ଜୈନ, ପୌର ଅଧ୍ୟକ୍ଷା ମମତାଦେବୀ ଜୈନ, ପୂର୍ବତନ ନଗରପାଳ ଭବାନୀ ପ୍ରସାଦ ହୋତା, ଶୁଭ୍ରାଂଶୁ ଶେଖର ଦାସ, ଗୁଜରାଟୀ ସମାଜ ସଭାପତି ହରିଶ ରାୟଠାତା,ବିଶିଷ୍ଟ ବିଜେପି ନେତା ପ୍ରମୋଦ ପ୍ରଧାନ ପ୍ରମୁଖ ଙ୍କ ସହ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles