ପର୍ଯ୍ୟଟନସ୍ଥଳୀ ମାଥନପଲା ପାଲଟିଛି ମଦ୍ୟପ ଙ୍କ ଆଡ୍ଡା

ଟିଟିଲାଗଡ,୭/୮(ଜେଏନଏସ),ଟିଟିଲାଗଡ ଅଞ୍ଚଳର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ମାଥନପଲା ଏବେ ମଦୁଆ ଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।ଟିଟିଲାଗଡ ବ୍ଲକ ବାଞ୍ଜିପଦର୍ ପଞ୍ଚାୟତ ରେ ପ୍ରାକୃତିକ ସୋନ୍ଦର୍ଯ୍ୟ,ବିସ୍ତୃତ ଜଳରାଶି ଓ ମନୋରମ ପରିବେଶ ପାଇଁ ଲୋକ ଙ୍କୁ ଆକର୍ଷିତ କରୁଥିବା ଏହି ସ୍ଥାନରେ ନିୟମିତ ମଦୁଆ ଙ୍କ ଆସର ଜମୁଥିବା ଦେଖିବାକୁ ମିଳୁଛି।ବିଶେଷ କରି ସନ୍ଧ୍ୟା ସମୟରେ ଅସାମାଜିକ ବ୍ୟକ୍ତି ଏଠାରେ ଏକତ୍ରିତ ହୋଇ ମଦ୍ୟପାନ କରିବା ସହ ଉଚ୍ଛୃଙ୍ଖଳ ଆଚରଣ କରୁଥିବା ଅଭିଯୋଗ ହୋଇଛି।ଟିଟିଲାଗଡ ଅଞ୍ଚଳର ପର୍ଯ୍ୟଟନ କୁ ନୂଆ ପରିଚୟ ଦେବାପାଇଁ ରାଜ୍ୟ ସରକାର ଙ୍କ ବନ ବିଭାଗ ପକ୍ଷରୁ ମାଥନପଲା ଇକୋ ଟୁରିଜମ୍ ପାଇଁ ପ୍ରଥମ ପର୍ଯ୍ୟାୟରେ ୨ କୋଟି ଟଙ୍କା ଆସିଥିବା ବେଳେ ଏଠାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇଛି ।ତେବେ ଏଠାରେ ନିୟମିତ ସୁରକ୍ଷାକର୍ମୀ ମୁତୟନ ଓ ବିଭାଗୀୟ ପେଟ୍ରୋଲିଙ୍ଗ ର ଅଭାବ ଯୋଗୁଁ ମଦ୍ୟପ ଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି।ଏପରିକି ସେଲ୍ଫୀ ପଏଣ୍ଟ ରେ ଥିବା ନାମ ଫଳକ ର କିଛି ଅକ୍ଷର କୁ ମଧ୍ୟ ଦୁର୍ବୁତ୍ତ ମାନେ ଭାଙ୍ଗି ଦେଇଥିବା ଖୋଦ୍ ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।ଏକ ସୁନ୍ଦର ଓ ସୁରକ୍ଷିତ ପର୍ଯ୍ୟଟନସ୍ଥଳୀ ପାଇଁ ବିଭାଗୀୟ ଅଧିକାରୀ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦେବାକୁ ସାଧାରଣ ରେ ଦାବୀ ହୋଇଛି।ଘଟଣା କୁ ନେଇ ଟିଟିଲାଗଡ ରେଞ୍ଜର ଶୈଳେଶ ବିଶି ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ଅଧିକ ସୁରକ୍ଷାକର୍ମୀ ମୁତୟନ ସହ ପୁଲିସ ପେଟ୍ରୋଲିଙ୍ଗ ପାଇଁ ବିଭାଗୀୟ ପଦକ୍ଷେପ ନିଆଯିବ ବୋଲି ଜଣାଇଛନ୍ତି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles